Sunday , October 17 2021
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / କଳା ଓ ସଂସ୍କୃତିର ମୁଖଶାଳା ହେବ ମାହାଙ୍ଗା ପ୍ରତିଭା ଭବନ – – ମନ୍ତ୍ରୀ ପ୍ରତାପ ଜେନା

କଳା ଓ ସଂସ୍କୃତିର ମୁଖଶାଳା ହେବ ମାହାଙ୍ଗା ପ୍ରତିଭା ଭବନ – – ମନ୍ତ୍ରୀ ପ୍ରତାପ ଜେନା

ମାହାଙ୍ଗା,୧୬ /୧୨ /୨୦୨୦(ଓଡିଶା ସମାଚାର/ଅଭୟ ଜେନା):କଟକ ଜିଲ୍ଲା ମାହାଙ୍ଗା ବ୍ଲକର ଗଙ୍ଗପୁରା ଠାରେ ନବନିର୍ମିତ ପ୍ରତିଭା ଭବନର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୨୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ ବରାଦରେ ଏହି ଭବନ କାର୍ୟ୍ୟ ସମ୍ପୂଣ୍ଣ ହୋଇପାରିଛି ବୋଲି ବ୍ଲକ ସହକାରୀ ଯନ୍ତ୍ରୀ ଇଞ୍ଜିନିଅର ସଂଗ୍ରାମ କେଶରୀ ପରିଡା ସୂଚନା ଦେଇଥିଲେ । ଆୟୋଜିତ ଲୋକାର୍ପଣ ଉତ୍ସବରେ ଆଇନି, ପଞ୍ଚାୟତରାଜ, ନଗର ଉନ୍ନୟନ ଓ ପାନୀୟଜଳଯୋଗାଣ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥିଭାବେ ଯୋଗଦେଇ କଳା, ସାହିତ୍ୟ, ସଂସ୍କୃତିର ମୁଖଶାଳା ଭାବେ ଏହି ଭବନ ଉଦ୍ଭାସିତ ହେଉ ବୋଲି ଆହ୍ୱାନ ଦେଇଥିଲେ । ବ୍ଲକ ଚେୟାରମ୍ୟାନ ଶରତ ନାୟକ,ପ୍ରାକ୍ତନ ଚେୟାରମ୍ୟାନ ରାଜକିଶୋର ଜେନା,ପୂର୍ବତନ ଚେୟାରମ୍ୟାନ ଭିକାରୀ ସ୍ୱାଇଁ, ତହସିଲଦାର ମଧୁସୂଦନ ନାୟକ, ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ, ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ସରପଞ୍ଚ ବିଜୟ ରାଉତ,ପ୍ରମୁଖ ଉତ୍ସବରେ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ପର୍ଯ୍ୟଟନ ସର୍କିଟରେ ଯୋଡି ହେବ ମହେନ୍ଦ୍ରଗିରି ଓ ଚନ୍ଦ୍ରଗିରି

ଭୁବନେଶ୍ୱର,୧୧/୦୯/୨୦୨୧(ଓଡ଼ିଶା ସମାଚାର)- ମହେନ୍ଦ୍ରଗିରିକୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଅଧିକ ଆକର୍ଷଣୀୟ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର …

Leave a Reply

Your email address will not be published. Required fields are marked *