କେନ୍ଦ୍ରାପଡା, ୧୬/୧୨/୨୦୨୦(ଓଡ଼ିଶା ସମାଚାର)- ଆସନ୍ତା ଜାନୁଆରୀମାସ ୩ତାରିଖ ଠାରୁ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିର ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ଆଜି ସୂଚନା ଦେଇଛନ୍ତି । କିନ୍ତୁ କୋଭିଡ ନିୟମକୁ ଅନୁପାଳନ ପୂର୍ବକ ବର୍ତମାନ ଦିନକୁ କେବଳ ଏକଶହ ଜଣ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ବୋଲି ଶ୍ରୀ ବର୍ମା କହିଛନ୍ତି । ଓଡ଼ିଶା ସମାଚାର