Friday , December 2 2022
Home / ବିଶେଷ / ୨୭ ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର

୨୭ ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର, ୧୫/୧୨/୨୦୨୦ (ଓଡ଼ିଶା ସମାଚାର)- ଆସନ୍ତା ଡିସେମ୍ବର ୨୭ ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର। ମହାମାରୀ କରୋନା ଯୋଗୁଁ ଲିଙ୍ଗରାଜ ମନ୍ଦିର ଦୀର୍ଘ ପ୍ରାୟ ନଅ ମାସ ହେବ ବନ୍ଦ ପଡିଥିଲା ଡିସେମ୍ବର ୨୭ ରୁ ୩୧ ତାରିଖ ଯାଏ ସେବାୟତଙ୍କ ପରିବାରର ସଦସ୍ୟଙ୍କ ଦର୍ଶନ ସୁବିଧା ରହିଛି। ୨୦୨୧ ଜାନୁଆରୀ ୩ ରୁ ୫ ତାରିଖ ରାଜଧାନୀବାସୀ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ପାରିବେ। ୨୦୨୧ ଜାନୁଆରୀ ୧ ଓ ୨ ତାରିଖ ଦୁଇ ଦିନ ସର୍ବସାଧାରଣ ଦର୍ଶନ ପାଇଁ ମନ୍ଦିର ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି। ୨୦୨୧ ଜାନୁଆରୀ ୬ ତାରିଖରୁ ସାଧାରଣ ଲୋକଙ୍କୁ ଦର୍ଶନ ଅନୁମତି ମିଳିବ। ଦୈନିକ ୫ ଶହ ଶ୍ରଦ୍ଧାଳୁ ଦର୍ଶନ କରି ପାରିବେ। ଦର୍ଶନ ବେଳେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ପରବର୍ତ୍ତୀ ବୈଠକ ୨୭ ଓ ୨୮ରେ ହେବ ବୋଲି କୁହାଯାଇଛି। କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବା ପରେ ମନ୍ଦିରକୁ ପ୍ରବେଶ ଅନୁମତି ମିଳିବ। ଚାରି ପାଞ୍ଚ ଦିନ ପୂର୍ବରୁ ହୋଇଥିବା ଟେଷ୍ଟ ରିପୋର୍ଟ ଦେଖାଇବା ଜରୁରୀ। ମନ୍ଦିର ନିକଟରେ ସକାଳ ୭ଟାରୁ ରାତି ୧୦ଟା ଯାଏଁ ସ୍କ୍ରିନିଂ କ୍ୟାମ୍ପ କରାଯିବ।

୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କୁ ଦର୍ଶନ ଅନୁମତି ମିଳିବ ବୋଲି ପ୍ରଶାସନିକ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ହେଲେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବା ପରେ ହିଁ ମନ୍ଦିରକୁ ପ୍ରବେଶ ଅନୁମତି ମିଳିବ। ଚାରି ପାଞ୍ଚ ଦିନ ପୂର୍ବରୁ ହୋଇଥିବା ଟେଷ୍ଟ ରିପୋର୍ଟ ଦେଖାଇବା ଜରୁରୀ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି।
ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ବିଏମସି ଅଫିସରେ ବୈଠକରେ ତିନି ନିଯୋଗ ଅଧିକାରୀ, ପୋଲିସ ଅଧିକାରୀ, ମନ୍ଦିର କାର୍ୟ୍ୟାଳୟ ଅଧିକାରୀ, ଉପଜିଲ୍ଲାପାଳ, ଲିଙ୍ଗରାଜ ମନ୍ଦିର କାର୍ୟ୍ୟାଳୟ, ଦେବତ୍ୱର ବିଭାଗର ଅଧିକାରୀଙ୍କ ସହ ଆଲୋଚନା ପରେ ମନ୍ଦିର ଖୋଲିବା ପାଇଁ ନିଷ୍ପତି ହୋଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.