Friday , October 22 2021
Home / ବିଶେଷ / ଲିଙ୍ଗରାଜ ମନ୍ଦିର ତୁରନ୍ତ ଖୋଲିବା ଦାବିରେ ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ତରଫରୁ ବିକ୍ଷୋଭ

ଲିଙ୍ଗରାଜ ମନ୍ଦିର ତୁରନ୍ତ ଖୋଲିବା ଦାବିରେ ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ତରଫରୁ ବିକ୍ଷୋଭ

ଭୁବନେଶ୍ୱର, ୧୫/୧୨/୨୦୨୦ (ଓଡ଼ିଶା ସମାଚାର)- ସୋମବାର ପୂର୍ବାହ୍ନରେ ଲିଙ୍ଗରାଜ ମନ୍ଦିର ତୁରନ୍ତ ଖୋଲିବା ଦାବିରେ ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ତରଫରୁ ମନ୍ଦିର ସାମ୍ନାରେ ଏକ ପ୍ରତୀକାତ୍ମକ ବିକ୍ଷୋଭ ଧାରଣା ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ବନ୍ଦ ଯୋଗୁ ଲକ୍ଷ ଲକ୍ଷ ଲୋକଙ୍କର ଧାର୍ମିକ ଭାବନାକୁ ଆଘାତ ଦେଇଛି । ମନ୍ଦିର ଉପରେ ନିର୍ଭର କରି ଚଳୁଥିବା ଛୋଟ ବ୍ୟବସାୟୀଙ୍କର ଜୀବନ ଓ ଜୀବିକା ବିପନ୍ନ ହୋଇଛି । ଭାରତୀୟ ସମ୍ବିଧାନ ଧାରା ୧୯ ଏବଂ ଧାରା ୨୧କୁ ଏହା ଉଲଂଘନ କରୁଛି ବୋଲି ସଂଗଠନର ରାଷ୍ଟ୍ରୀୟ ସଭାପତି ଡଃ ଅଭିନ୍ନ ହୋତା କହିଛନ୍ତି । ପର୍ଯ୍ୟଟନ, ଶିଳ୍ପ, ହୋଟେଲ ଏବଂ ଟ୍ରାଭେଲ ଶିଳ୍ପ ଏହା ଯୋଗୁ ପ୍ରଭାବିତ ହୋଉଛି । ଭାରତ ସରକାରଙ୍କ ଦ୍ୱାରା ଗୃହିତ କୋଭିଡ-୧୯ ନିୟମାବଳୀ ମାନି ମନ୍ଦିର ଗୁଡ଼ିକ ଯଥାଶୀଘ୍ର ଖୋଲିବା ପାଇଁ ସଂଗଠନ ତରଫରୁ ଦାବି କରାଯାଇଛି । ଏହି ପ୍ରତିବାଦ ବିକ୍ଷୋଭରେ ସଂଗଠନର ଯୁଗ୍ମ ସମ୍ପାଦକ ବାବୁ ନାୟକ, ଭୁବନେଶ୍ୱର ସଭାନେତ୍ରୀ ଲିନୁ ମିଶ୍ର, ସମ୍ପାଦକ ସମୀର ତି୍ରପାଠୀ, ସଞ୍ଜୀବ ମିଶ୍ର, ଅନୁ ଭାଲ୍ଲା, ନୀଳମଣି ମିଶ୍ର, ସାଗରିକା ପ୍ରଧାନ, ରଜତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *