Wednesday , December 8 2021
Home / ବିଶେଷ / ଭୁବନ ମହିଳା ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ଉଦଯାପିତ

ଭୁବନ ମହିଳା ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ଉଦଯାପିତ

ଭୁବନ ୧୫/୧୨/୨୦୨୦(ଓଡ଼ିଶା ସମାଚାର)- ଭୁବନ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଏଡ୍ସ ଦିବସରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଏନସିସି ଅଫିସର ପ୍ରମିଳା ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମହିଳା ମହାବିଦ୍ୟାଳୟର ସମସ୍ତ ଏନସିସି କ୍ୟାଡେଟ ଯୋଗଦେଇ ନିକଟସ୍ଥ ବସ୍ତିରେ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ସହିତ ଜନସାଧାରଣଙ୍କୁ କରୋନା ଭୂତାଣୁର ଭୟାବହତା ସଂପର୍କରେ ଅବଗତ ସଚେତନ କରାଇ ମାସ୍କ ପିନ୍ଧିବା,ନିୟମିତ ସାବୁନ/ସାନିଟାଇଜରରେ ହାତ ଧୋଇବା,ସାମାଜିକ ଦୂରତା ରକ୍ଷା କରିବାକୁ ସଚେତନ କରିଥିଲେ । ଉଦଯାପନୀ ଉତ୍ସବରେ ପ୍ରବନ୍ଧ ଲିଖନ,ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପରୀକ୍ଷା କରାଯାଇ କୃତୀ କ୍ୟାଡେଟ ମାନଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଜାତୀୟ ସମର ଶିକ୍ଷାର୍ଥô ବାହିନୀ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମକୁ କେୟାର ଟେକର ଶାନ୍ତନୁ ଦାଶ ଓ ଅମ୍ବୁଜ ସାହୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *