Friday , September 29 2023
Breaking News
Home / ବିଶେଷ / ଭିଜିଲାନ୍ସ ଜାଲରେ ରାଜସ୍ୱ ନୀରିକ୍ଷକ

ଭିଜିଲାନ୍ସ ଜାଲରେ ରାଜସ୍ୱ ନୀରିକ୍ଷକ

କେନ୍ଦ୍ରାପଡା, ୧୫/୧୨/୨୦୨୦(ଓଡ଼ିଶା ସମାଚାର)- ଜମିର କାଗଜପତ୍ର କରାଇଦେବା ପାଇଁ ୫ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଦୁର୍ନିତୀ ନିବାରଣ ବିଭାଗ ହାତରେ ଧରାପଡି ଗିରଫ ହୋଇଛନ୍ତି ଜଣେ ମହିଳା ରାଜସ୍ୱ ନୀରିକ୍ଷକ । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ତହସିଲ ଅନ୍ତର୍ଗତ ବରାଡିଆ ରାଜସ୍ୱ ସର୍କଳର ରାଜସ୍ୱ ନୀରିକ୍ଷକ ସବିତା ମଲ୍ଲିକ ବରାଡିଆ ଗ୍ରାମର ଅନିତା ତରାଇଙ୍କ ଠାରୁ ତାଙ୍କ ଘରବାରୀ ଜମିଜମା ଓ ଏକ ଅନାବାଦୀ ଜମିକୁ ତାଙ୍କ ନାମରେ କରାଇଦେବାକୁ ପ୍ରତିଶୃତି ଦେଇ ୫ହଜାର ଟଙ୍କା ଲାଂଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ ଦ୍ୱାରା ଧରାପଡି ଗିରଫ ହୋଇଥିବା ସୂଚନା ମିଳିଛି । ରାଜସ୍ୱ ନୀରିକ୍ଷକ ସବିତା ମଲ୍ଲିକଙ୍କ ଠାରୁ ଲାଂଚ ଅର୍ଥ ଜବତ ହୋଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *