Wednesday , December 8 2021
Home / କୃଷି / ବିିଳମ୍ବରେ ମିଳୁଛି ସରକାରୀ ଚିନାବାଦାମ ବିହନ

ବିିଳମ୍ବରେ ମିଳୁଛି ସରକାରୀ ଚିନାବାଦାମ ବିହନ

ଗରଦପୁର ୧୫/୧୨/୨୦୨୦(ଓଡ଼ିଶା ସମାଚାର)- ବିିଳମ୍ବରେ ମିଳୁଛି ସରକାରୀ ଚିନାବାଦାମ ବିହନ । ଜମିରେ ଚିନାବାଦାମ ଗଛ ଉଠି କୋଡା ଖୁସା ହେଉଥିବାବେଳେ, ଚାଷୀ ଙ୍କୁ ମିଳୁଛି ସରକାରୀ ଚିନାବାଦାମ ବିହନ । କୃଷି ବିଭାଗରେ ନାମ ରେଜିଷ୍କ୍ରେସନ କରିଥିବା ଚାଷୀମାନଙ୍କୁ ସରକାରୀ ଚିନାବାଦାମ ବିହନ ରିହାତି ଦରରେ ମିଳିବାର ନିୟମ ରହିଥିବାବେଳେ,ଏଥିରେ କେତେକ ତୃଟି ବିଚ୍ୟୁତ ହୋଇଥିବା ଚାଷୀମାନଙ୍କ ପକ୍ଷରୁ ଅଭିଯୋଗ ହେଉଛି । ଏ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ।
ଗତକାଲି ଗରଦପୁର ବ୍ଲକର କୃଷି ବିଭାଗ କାର୍ଯ୍ୟାଳୟ ପରିସର ମଧ୍ୟରେ ଗରଦପୁର ବ୍ଲକର ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ମହାନ୍ତି, ପ୍ରିୟବ୍ରତ ଜେନା, ଗରଦପୁର ବ୍ଲକ ଆତ୍ମା ଅଧ୍ୟକ୍ଷ ଦୀପକ୍ କୁମାର ରାଉତ, ବିଟିଏମ୍ ଇତିଶ୍ରୀ ବେହେରା ପ୍ରମୁଖ ଉପସ୍ଥିତ ରହି ବେଡାରୀ ପଂଚାୟତର ଚାଷୀମାନଙ୍କୁ ଚିନାବାଦାମ ବିହନ ବଂଟନ କରିଥିଲେ । ଆଜି ମଧ୍ୟ ଏହି ପଂଚାୟତର ହରିଦାସପୁର ଗ୍ରାମର ଚାଷୀମାନଙ୍କୁ ଚିନାବାଦାମ ବିହନ ବଂଟନ କରାଯାଇଛି । କୃଷି ବିଭାଗରେ ନାମ ରେଜିଷ୍ଟ୍ରେସନ କରିଥିବା ଚାଷୀମାନଙ୍କୁ ଗୋଟିଏ ବସ୍ତାରେ ରହିଥିବା ୨୦ କିଲୋ ଚନାବାଦାମ ବିହନ ବଂଟନ କରାଯାଉଛି । ରିହାତି ଦର କିଲୋ ପ୍ରତି ୧୭ଟଙ୍କା୭୦ ପଇସା ରହିଥିବାବେଳେ,ଏହି ପଂଚାୟତର ମୋଟ୨୫୦ଜଣ ଚାଷୀଙ୍କୁ ଚିନାବାଦାମ ବିହନ ଯୋଗାଣ କରାଯିବାର ଲକ୍ଷ୍ୟ ରହିଥିବା ଆତ୍ମା ଅଧ୍ୟକ୍ଷ ଶ୍ରୀ ରାଉତ ପ୍ରକାଶ କରିଛନ୍ତି । ତୈଳବୀଜ ଜାତିୟ ଚିନାବାଦାମ ଫସଲ ଉପôାଦନକୁ ପ୍ରୋତ୍ସାହିତ କରିବା ପାଇଁ ବ୍ଲକ କୃଷି ବିଭାଗ ପକ୍ଷରୁ ବ୍ଲକର କେବଳ ବେଡାରୀ ପଂଚାୟତର ଅଗ୍ରଣୀ ଚିନାବାଦାମ ଚାଷୀମାନଙ୍କୁ ନିଆଯାଇ ସେମାନଙ୍କୁ ସବ୍ସିଡରେ ବିହନ ଯୋଗାଣ କରାଯାଉଥିବା ଗରଦପୁର ବ୍ଲକର ସହକାରୀ କୃଷି ଅଧିକାରୀ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି । କୋଭିଡ୍ କଟକଣା ଯୋଗୁଁ ପଂଚାୟତର ଗୋଟିଏ ଲେଖାଏଁ ଗ୍ରାମର ଚାଷୀମାନଙ୍କୁ ବିହନ ବଂଟନ କରାଯାଉଥିବା କୃଷି ବିଭାଗ ପକ୍ଷରୁ ଜଣାଯାଇଛି । ଅପରପକ୍ଷରେ କୃଷି ବିଭାଗ ପକ୍ଷରୁ ସବ୍ସିଡରେ ଯେଉଁ ଚିନାବାଦାମ ବିହନ ଯୋଗାଣ କରାଯାଉଛି,ସେଥିପାଇଁ କେଉଁ ଆଧାରରେ ଚାଷୀମାନଙ୍କୁ ଚୟନ କରାଗଲା ସେ ନେଇ କେତେକ ଚାଷୀ ପ୍ରଶ୍ନ ଉଠାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜୱାଦ ପ୍ରଭାବରେ ଡେରାବିଶ ବ୍ଲକର ଚାଷୀକୂଳ ହତାସ

କେନ୍ଦ୍ରାପଡ଼ା,୦୭/୧୨/୨୦୨୧(ଓଡ଼ିଶା ସମାଚାର)-ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଓ ମନୋବଳକୁ ବାତ୍ୟା ଜୱାଦ ଭାଙ୍ଗି ଚୁରମାର କରିଦେଇଛି । ବିଗତ ଦୁଇଦିନ ଧରି …

Leave a Reply

Your email address will not be published. Required fields are marked *