Wednesday , October 20 2021
Breaking News
Home / ବିଶେଷ / ବାନ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କର୍କଟରୋଗୀଙ୍କୁ ସହାୟତା

ବାନ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କର୍କଟରୋଗୀଙ୍କୁ ସହାୟତା

କେନ୍ଦ୍ରାପଡା, ୧୫/୧୨/୨୦୨୦(ଓଡ଼ିଶା ସମାଚାର)- ବଡହାଟସ୍ଥିତ ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟରୋଗୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡଃ. ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତି ମଙ୍ଗଳବାର ମାର୍ଶାଘାଇ ଥାନା ଅନ୍ତର୍ଗତ ହାତିଆ ଗ୍ରାମର ସ୍ୱର୍ଗତ ରମେଶ ଲେଙ୍କାଙ୍କ ଘରେ ପହଁଚିଥିଲେ । ଗର୍ଭାଶୟ କର୍କଟ ରୋଗରେ ପିଡିତ ତଥା ଶଯ୍ୟାଶାୟୀ ସ୍ୱର୍ଗତ ଲେଙ୍କାଙ୍କ ପତ୍ନୀ ସୁମିତ୍ରା ଲେଙ୍କାଙ୍କୁ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ ଓ ଟ୍ରଷ୍ଟର ସଦସ୍ୟ ଚିରଞ୍ଜନ ଦାସ ଶାଲ, ଶାଢୀ, ହଲିକ୍ସ, ବିସ୍କୁଟ, ଫଳ ଓ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । କେନ୍ଦ୍ରାପଡା ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଶ୍ରୀ ମଲ୍ଲିକ ମଧ୍ୟ ଏକ କମ୍ବଳ ସୁମିତ୍ରାଙ୍କୁ ପ୍ରଦାନ କରିଥିଲେ । ଆଗାମୀ ଦିନରେ ସୁମିତ୍ରାଙ୍କ ଏକମାତ୍ର ପୁଅ ନବମଶ୍ରେଣୀର ଛାତ୍ର କଳ୍ପତରୁ ଲେଙ୍କା(୧୪)ଙ୍କ ପାଠପଢା ନିମନ୍ତେ ଆର୍ଥିକ ସହାୟତା ମଧ୍ୟ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯିବ ବୋଲି ସଂଯୋଜକ ଶ୍ରୀ ମହାନ୍ତି ପ୍ରତିଶୃତି ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ – ୭୧ ଜଣ ଶିଶୁ ସଂକ୍ରମିତ – ୨ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୦/୧୦/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *