Saturday , October 16 2021
Breaking News
Home / ବିଶେଷ / ବରଯାତ୍ରୀ ମୃତ୍ୟୁ ଘଟଣା: ରମାବିଲି ଗାଁ ଶୂନଶାନ, ପୁରୁଷ ଶୂନ୍ୟ

ବରଯାତ୍ରୀ ମୃତ୍ୟୁ ଘଟଣା: ରମାବିଲି ଗାଁ ଶୂନଶାନ, ପୁରୁଷ ଶୂନ୍ୟ

ନିରାକାରପୁର, ୧୫/୧୨/୨୦୨୦(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ରମାବିଲି ଗ୍ରାମରେ ଗତ ୯ ତାରିଖରେ ବରଯାତ୍ରୀଙ୍କୁ ମାଡ଼ ଓ ଏକ କୂଅରୁ ଜଣେ ବରଯାତ୍ରୀର ମୃତ ଦେହ ଉଦ୍ଧାର ପରେ ଚାପା ଉତେଜନା ଦେଖାଯାଇଥିଲା । ନିରାକାରପୁର ଥାନା ଡ଼ିଆ ଗ୍ରାମର ବରଯାତ୍ରୀ ପକ୍ଷର ଉତ୍ୟକ୍ତ ଲୋକମାନେ ରାସ୍ତାରୋକ କରିବା ପରେ ଜଙ୍କିଆ ୬ ଜଣଙ୍କୁ ଗିରଫ କରିଥିଲା । ସେହିଦିନଠାରୁ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ବ୍ୟକ୍ତିମାନଙ୍କୁ ପୋଲିସ ଖୋଜୁଥିବାବେଳେ ସେମାନେ ଫେରାର ରହିଛନ୍ତି । ବର୍ତମାନ ରମାବିଲି ଗ୍ରାମ ଶୂନଶାନ ହୋଇଥିବାବେଳେ ପ୍ରାୟତଃ ପୁରୁଷ ଶୂନ୍ୟ ହୋଇପଡ଼ିଛି । ଗ୍ରାମର ବଜାର ସଂପୂର୍ଣ୍ଣ ତାଲା ପଡ଼ିଥିବାବେଳେ ସବୁଦିନର ଗହଳ ଚହଳ ଠପ୍ ହୋଇଯାଇଛି । ପୋଲିସ ଅନ୍ୟମାନଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଛାପା ମାରୁଥିବା ଶୁଣିବାକୁ ମିଳୁଛି । ଓଡ଼ିଶା ସମାଚାର

 

About admin

Check Also

ଭୁବନର ପ୍ରସିଦ୍ଧ ବଳଦ ଯାତ୍ରା ଓ ଦୁର୍ଗାମେଢ ଭସାଣି ଶେଷ

     କୋଭିଡ କଟକଣା ପାଇଁ ଫିକା ପଡିଲା ଦଶହରା, ଅପରାହ୍ନ ସୁଦ୍ଧା ଭସାଣି ଶେଷ ଭୁୁବନ ୧୬/୧୦/୨୦୨୧(ଓଡ଼ିଶା ସମାଚାର)- ସରକାରଙ୍କ …

Leave a Reply

Your email address will not be published. Required fields are marked *