Saturday , October 16 2021
Breaking News
Home / ବିଶେଷ / ଫୋନ ପେ ମାଧ୍ୟମରେ ୧୫ହଜାର ହରିଲୁଟ ଅଭିଯୋଗ

ଫୋନ ପେ ମାଧ୍ୟମରେ ୧୫ହଜାର ହରିଲୁଟ ଅଭିଯୋଗ

 

କେନ୍ଦ୍ରାପଡା, ୧୫/୧୨/୨୦୨୦(ଓଡ଼ିଶା ସମାଚାର)- ଫୋନ ପେ ମାଧ୍ୟମରେ ଜଣେ ବ୍ୟବସାୟୀଙ୍କ ଠାରୁ ୩ଥରରେ ୧୫ହଜାର ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଟାଉନ ଥାନା ଅନ୍ତର୍ଗତ ଫକିରାବାଦ ଗ୍ରାମର ଜନୈକ ମଞ୍ଜି ବ୍ୟବସାୟୀଙ୍କୁ ପଶ୍ଚିମବଙ୍ଗର ରାଧାରାଣୀ ନାମକ ସଂସ୍ଥା ଫୋନ ନମ୍ବର – ୯୮୮୩୮୪୭୨୩୬ ଦ୍ୱାରା  ଫୋନ କରି  ତାଙ୍କର ଫୋନ ପେ ରେ ପଇସା ଆସିଛି ବୋଲି କହି କ୍ଲିକ କରିବାକୁ ପରାମର୍ଶ ଦେଇଥିଲେ । ସଂପୃକ୍ତ ବ୍ୟବସାୟୀ ଜଣଙ୍କ ତାଙ୍କ କଥାରେ କ୍ଲିକ କରିଥିଲେ । ପୁନର୍ବାର ଆଉ ଦୁଇଥର କ୍ଲିକ କରିବାକୁ କହିବାରେ ବ୍ୟବସାୟୀ ଜଣଙ୍କ ମୋଟ ୩ଥର କ୍ଲିକ କରିବାରେ ତାଙ୍କ ଆକାଉଁଟରୁ ପ୍ରତିଥର ୫ହଜାର କରି ୩ଥରରେ ୧୫ହଜାର ଟଙ୍କା କଟିଯାଇଥିବା ଅଭିଯୋଗ ହୋଇଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୈାଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ଜାନୁଆରୀ ପହିଲାକୁ ବିଶ୍ୱ ପ୍ରାର୍ଥନା ଦିବସ ଭାବେ ପାଳନ କରିବାକୁ ନିବେଦନ

କେନ୍ଦ୍ରାପଡ଼ା, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ବିଶ୍ୱରେ ଭିନ୍ନ ଭିନ୍ନ ଦିବସ ପାଳନ ହେଉଥିବା ବେଳେ ‘ପ୍ରାର୍ଥନା ଦିବସ’ ପାଳନ ହେଉନାହିଁ । ଆସନ୍ତୁ …

Leave a Reply

Your email address will not be published. Required fields are marked *