Friday , October 29 2021
Home / ବିଶେଷ / କେନ୍ଦ୍ରାପଡା ବ୍ଲକ ସରପଂଚ ସଙ୍ଘର ସାଧାରଣ ଅଧିବେସନ

କେନ୍ଦ୍ରାପଡା ବ୍ଲକ ସରପଂଚ ସଙ୍ଘର ସାଧାରଣ ଅଧିବେସନ

କେନ୍ଦ୍ରାପଡା, ୧୫/୧୨/୨୦୨୦(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପଂଚାୟତ ସମିତି ସରପଂଚ ସଙ୍ଘର ସାଧାରଣ ଅଧିବେସନ ସୋମବାର ପୂର୍ବାହ୍ନରେ କପାଳେଶ୍ୱର ଗ୍ରାମପଂଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସଙ୍ଘର ସଭାପତି ନରହରି ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି   ବୈଠକରେ ପ୍ରତ୍ୟେକ ପଂଚାୟତରେ ହୋଇଥିବା ଟି.ଏମ.ସି. କେନ୍ଦ୍ର ଗୁଡିକରେ ହୋଇଥିବା ଖର୍ଚ୍ଚକୁ ଆସନ୍ତା ୨୭ତାରିଖ ସୁଧା ପଂଚାୟତକୁ ପଇଠ କରାନଗଲେ ସଙ୍ଘ ପକ୍ଷରୁ ଚଳିତମାସ ୨୮ତାରିଖରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ନିଷ୍ପତି ଗ୍ରହଣ, ବିଗତ ୨୦୧୮ମସିହା ନଭେମ୍ବର ୧୪ତାରିଖ ଶିଶୁ ଦିବସ ଅବସରରେ ଖର୍ଚ୍ଚ ହୋଇଥିବା ୨୦ହଜାର ଟଙ୍କା ପଂଚାୟତିରାଜ ଦିବସ ପାଳନ ବାବଦକୁ ଖର୍ଚ୍ଚ ହୋଇଥିବା ୪ହଜାର ଟଙ୍କା ତୁରନ୍ତ ପଂଚାୟତକୁ ପ୍ରଦାନ କରାଯିବା, ପ୍ରତ୍ୟେକ ଗ୍ରାମ ପଂଚାୟତରେ କରାଯାଉଥିବା ଆଂଟିଜେନ ପରୀକ୍ଷା ଶିବିର ବାବଦକୁ ପ୍ରଦାନ କରାଯାଇଥିବା ୪ହଜାର ଟଙ୍କା ଖର୍ଚ୍ଚର ସୀମାକୁ ହଟାଯାଇ ପ୍ରକୃତ ବ୍ୟୟ ଅର୍ଥ ପ୍ରଦାନ କରାଯିବା, ମନରେଗା ଯୋଜନାରେ ନିର୍ମାଣ ହେଉଥିବା ଗ୍ରମପଂଚାୟତ ଭବନ ନିର୍ମାଣକୁ ପ୍ରତ୍ୟେକ ପଂଚାୟତ ଦ୍ୱାରା ସଂପୂର୍ଣ୍ଣ କରାଯିବା, ବ୍ଲକ ପ୍ରଶାସନ ଦ୍ୱାରା ପ୍ରଦାନ କରାଯାଉଥିବା ରାସନକାର୍ଡ ,ଅନ୍ନପୂଣ୍ଣା ଅନ୍ତୋଦ୍ୱୟ ଯୋଜନା ସମେତ ବିଭିନ୍ନ ଭତାର ହିତାଧିକାରୀମାନଙ୍କୁ  ଗ୍ରାମପଂଚାୟତର ଅନୁମୋଦନ କ୍ରମେ ଚୟନ କରାଯିବା, ପ୍ରସ୍ତୁତ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯୋଗ୍ୟ ତାଲିକା ଗ୍ରାମପଂଚାୟତର ଅନୁମୋଦନ କ୍ରମେ କରାଯିବା କୋଭିଡ୧୯ର ଟି.ଏମ.ସି. ପରିଚାଳନା ସମୟରେ ନିଯୁକ୍ତ ଥିବା କର୍ମଚାରୀମାନଙ୍କ ଖାଦ୍ୟ ବାବଦ ଅର୍ଥକୁ ତୁରନ୍ତ ଗ୍ରାମପଂଚାୟତକୁ ପ୍ରଦାନ କରାଯିବା ନିମନ୍ତେ ପ୍ରଶାସନ ନିକଟରେ ଦାବି କରାଯାଇଛି ଏସବୁ ଦାବି ଗୁଡିକ ସମ୍ପର୍କରେ କେନ୍ଦ୍ରାପଡା ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି ଏହି ବୈଠକରେ ସରପଂଚ ବସନ୍ତ କୁମାର ରାଉତ, ପ୍ରଦୁ୍ୟମ୍ନ କୁମାର ଜେନା, ନିତ୍ୟାନନ୍ଦ ସେଠୀ, ସୀତାସୁନ୍ଦରୀ ମଲ୍ଲିକ, ପୂର୍ଣ୍ଣେନ୍ଦୁ ପ୍ରେମାନନ୍ଦ ଘଡାଇ, ଝୁନା ମଲ୍ଲିକ, କବିତା ବାରିକ,ରମେଶ ଚନ୍ଦ୍ର ମଲ୍ଲିକ, ସନତ କୁମାର ଜେନା, ଧରଣୀଧର ଦାସ, ନିରୁପମା ପ୍ରଧାନ, ସୁଶିଳା ରାଉତ, ଭାରତୀ ମଲ୍ଲିକ, ଜୀନତ ପ୍ରିୟଦର୍ଶିନୀ ରାଉତ, ଗାୟତ୍ରୀ ମହାନ୍ତି, ଗଗନ ବିହାରୀ ସାହୁ, ରୀନା ମଲ୍ଲିକ, ପୁଷ୍ପଲତା ସେନାପତି, ତଅପୋଇ ମଲ୍ଲିକ, ସିଷମା ଦାସ, କମଳା ଗିରି, କାଦମ୍ବିନୀ ମହାପାତ୍ର, ରମେଶ ଚନ୍ଦ୍ର ସାହାଣୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଓଡ଼ିଶା ସମାଚାର

About admin

Check Also

ବଣୁଆ ହାତୀକୁ ନେଇ ଗୁଆଳିପୁର ପଂଚାୟତବାସୀ  ଆତଙ୍କିତ 

ତାରପୁର ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ବର୍ତି ଧାନ ବିଲ ଗହୀରରେ ଏକ ବଣୁଆ ହାତୀ ପସିଆସିଥିବାରୁ …

Leave a Reply

Your email address will not be published. Required fields are marked *