Wednesday , October 5 2022
Home / ବିଶେଷ / କଳାହାଣ୍ଡି ଜିଲ୍ଲା ମହୁଳପାଟଣା ଘାଟ ରାସ୍ତାରେ ଡକାୟତି କରିଥିବା ଦୁର୍ବୃତ୍ତ ମାନେ ଗିରଫ

କଳାହାଣ୍ଡି ଜିଲ୍ଲା ମହୁଳପାଟଣା ଘାଟ ରାସ୍ତାରେ ଡକାୟତି କରିଥିବା ଦୁର୍ବୃତ୍ତ ମାନେ ଗିରଫ

କଳାହାଣ୍ଡି ୧୫/୧୨/୨୦ (ଓଡ଼ିଶା ସମାଚାର / ସଂଜୟ ସିଂହ )- କଳାହାଣ୍ଡି ଓ ରାୟଗଡା ଜିଲ୍ଲା ସୀମାନ୍ତ ଜୟପାଟଣା ଥାନା ଅଧୀନ ରେ ଥିବା ମହୁଳପାଟଣା ଘାଟି ରାସ୍ତା ରେ କିଛି ଅଜଣା ଦୁର୍ବୁତ ଗତ ୧୦ ଡିସେମ୍ବର ସକାଳ ୮ଟା ସମୟରେ ରାୟଗଡ଼ା ଜିଲ୍ଲା ଦରାଗୁଡା ଥାନା ଅନ୍ତର୍ଗତ ଡି. କରଲ ଗାଁ ରୁ ଜୟପାଟଣା ଆରଏମ ସି ବଜାର କୁ ଗୋରୁ କିଣିବା ପାଇଁ ଆସୁଥିବା ୪ ଜଣ ଗୋରୁ ବେପାରୀ ଙ୍କୁ ଆଠ ଜଣ ଦୁର୍ବୁତ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ୫ ଲକ୍ଷ ୨୨ ହଜାର ଟଙ୍କା ଲୁଟ କରିଥିବା ନେଇ ଜୟପାଟଣା ଥାନା ରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ କୁ ଭିତ୍ତି କରି ଜୟପାଟଣା ଥାନାରେ କେଶ ନମ୍ବର ୩୬୪, ତାରିଖ ୧୦.୧୨.୨୦ ୩୯୫ ଆଇପିସିରେ ମାମଲା ରୁଜୁ ହୋଇଥିଲା। ଏକ ଚାଂଚଲ୍ୟକର ଘଟଣା ହୋଇଥିବାରୁ କଳାହାଣ୍ଡି ପୋଲିସ ଆରକ୍ଷୀ ବି. ଗଙ୍ଗାଧର ଙ୍କ ନିର୍ଦ୍ଦେଶ ମୁତାବକ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାୟକ ଙ୍କ ନେତୃତ୍ୱରେ ୭ଟି ଟିମ ଗଠନ କରି ଜୟପାଟଣା ଥାନା ଅଧିକାରିଣୀ ରଶ୍ମିତା ପ୍ରଧାନଙ୍କ ନେତୃତ୍ୱ ରେ, ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ସ୍ଥାନରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଜୟପାଟଣା କୋକସରା, ଗୋଳମୁଣ୍ଡା, ଜୁନାଗଡ଼, ଧର୍ମଗଡ଼ ସଦର ଓ ମଇଦଲପୁର ଥାନା ଅଞ୍ଚଳରେ ଛାନଭିନକରି ମୋଟ ୯ଜଣକୁ ପୋଲିସ ଗିରଫ କରିଛି । ଲୁଟ ରେ ସମ୍ପୃକ୍ତ ଥିବା ମାଷ୍ଟର ମାଇଣ୍ଡ କୋକସରା ଥାନା ଅନ୍ତର୍ଗତ ଡହଗାଁ ଶିକ୍ଷକ ଅଲେଖ ଠାକୁର ଙ୍କ ସହ ଅନ୍ୟ ୮ ଜଣ ଙ୍କୁ ଧରିବାରେ ଜୟପାଟଣା ପୋଲିସ୍ ସଫଳତା ପାଇଛନ୍ତି।ସେମାନେ ହେଲେ ଶୋଭାବନ ନାଗ, ରଂଗୀଗୁଡା ଗ୍ରାମର, ଦେବରାଜ ସୁନାନୀ, ବଡ଼ଖୁଣ୍ଟା ଗ୍ରାମର, ଗଜିନ୍ଦ୍ର ବିହାରୀ, ଗୋଳମୁଣ୍ଡା ଗ୍ରାମର, ଅଲେଖ ଠାକୁର, ଡହଗାଁ ଗ୍ରାମର, କୁମ୍ଭନାଥ ଜଗତ ରଙ୍କାବାହାଲ ଗାଁର, ମୁନା ଦୁର୍ଗା ଝାରବନ୍ଧ ଗ୍ରାମର, ଜଗନ୍ନାଥ ନାଏକ ଜୁନାଗଡ଼ ଗ୍ରାମର, ଜିତେନ୍ଦ୍ର ହଂସ କନ୍ଧବ୍ରାହ୍ମଣୀଗୁଡା ଓ ଏହିର କୁମାର ନାଗ, ସେମଲା ଗ୍ରାମର, ବୋଲି ସୂଚନା ମିଳିଛି। ଲୁଟ ହୋଇଥିବା ଟଙ୍କା ରୁ ୨ଲକ୍ଷ ୬୯ହଜାର ୮୦୦ଟଙ୍କା ଜବତ ହୋଇଛି। ସେମାନେ ଲୁଟ ରେ ବ୍ୟବହାର କରିଥିବା ଚାରି ଗୋଟି ମଟର ସାଇକେଲ , ଦୁଇ ଟି ଆପଚି,ଦୁଇଟି ପଲସର ଗାଡି ,୧୧ଗୋଟି ମୋବାଇଲ, ଦୁଇଟି ଛୁରୀ ଓ ଦୁଇ ଗୋଟି ବାଡ଼ି ଜବତ ହୋଇଛି। ଆଜି ଜୟପାଟଣା ଥାନା ରେ ଏକ ପ୍ରେସ ମିଟ ରେ ଧର୍ମଗଡ ଏସ ଡି ପି ଓ, ନାରାୟଣ ନାଏକ ଏହି ସୁଚନା ଦେଇଛନ୍ତି।ଜୟପାଟଣା ପୋଲିସ ଉପରେ ଅଞ୍ଚଳରେ ଲୁଟ ପରେ ଯେଉଁ ଚର୍ଚ୍ଚା ହେଉଥିଲା ,ବର୍ତ୍ତମାନ ପୋଲିସ ର ଚମତ୍କାର ପ୍ରଦର୍ଶନ ପରେ ପୋଲିସ ପ୍ରତି ଜନସାଧାରଣ ବିଶ୍ୱାସ ଆହୁରି ମଜଭୁତ ହୋଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.