Monday , October 18 2021
Breaking News
Home / ବିଶେଷ / ୧୪୩ ବିସ୍ତାପିତ ପରିବାର କମିଟିର ସ୍ଥାୟୀ ନିଯୁକ୍ତି ଦାବିରେ ଆମରଣ ଅନଶନ ପାଇଁ ସଜ୍ଜବାଜ

୧୪୩ ବିସ୍ତାପିତ ପରିବାର କମିଟିର ସ୍ଥାୟୀ ନିଯୁକ୍ତି ଦାବିରେ ଆମରଣ ଅନଶନ ପାଇଁ ସଜ୍ଜବାଜ

ପାରାଦୀପ ୧୪/୧୨/୨୦୨୦(ଓଡ଼ିଶା ସମାଚାର)-ଦୀର୍ଘ ୨୦ବର୍ଷ ହେବ ଆଇଓସିଏଲ୍ ପାରାଦୀପ ତୈଳ ବିଶୋଧନାଗାରରେ ବିସ୍ତାପିତ ୧୪୩ ପରିବାର ସ୍ଥାୟୀ ନିଯୁକ୍ତି ଦାବି କରି ଆସୁଛନ୍ତି । କିନ୍ତୁ ସଠିକ ନେତୃତ୍ୱ ଅଭାବରୁ ଅଦ୍ୟାବଧି ବିସ୍ତାବିତଙ୍କ ସ୍ଥାୟୀ ସମାଧାନ ହୋଇ ପାରିନାହିଁ । ଆଇଓସିଏଲ୍ କର୍ତୁପକ୍ଷ କେବଳ ଧର୍ମକୁ ଆଖି ଠାର ପରି ବିସ୍ତାବିତଙ୍କୁ ସ୍ଥାୟୀ ନିଯୁକ୍ତି ନଦେଇ ବିଶୋଧନାଗାରରେ ବିଭିନ୍ନ ଠିକା ସଂସ୍ଥାରେ କିଛି ବସ୍ତାପିତଙ୍କୁ ନିଯୁକ୍ତି କରୁଛନ୍ତି ଏବଂ କାର୍ଯ୍ୟ ସରିଲା ପରେ ସେମାନେ ପୁଣି ବେକାରୀ ଅବସ୍ଥାକୁ ଆସି ଯାଉଛନ୍ତି । ଏତତ୍ ବ୍ୟତିତ କିଛି ବିସ୍ତାବିତଙ୍କୁ ଢିଙ୍କିଆ ଗ୍ରାମ ଠାରେ କିଛି ଆବାସ ଯୋଗାଇବା ପ୍ରତିଶ୍ରୁତି ଏବେ ସଂପୂର୍ଣ୍ଣ କାର୍ଯ୍ୟକାରୀ ହୋଇନାହିଁ । ଏହିପରି ଅନେକ ସମସ୍ୟାରେ ଗତି କରୁଛନ୍ତି ଏହି ବିସ୍ତାବିତ ପରିବାର । ତେବେ ଏହାର ପ୍ରତିବାଦରେ ତୈଳ ବିଶୋଧନାଗାର ବିସ୍ତାପିତ ପରିବାର କମିଟି ସ୍ଥାନୀୟ ଅଂଚଳ ଯୁବ ସଂଗଠକ ତଥା ଶ୍ରମିକ ନେତା ରାକେଶ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଆନ୍ଦୋଳନ ତଥା ଆମରଣ ଅନଶନ କରିବ ବୋଲି ଚେତାବନୀ ଦେଇଛି । ଏହି ପରିପ୍ରେକ୍ଷୀରେ ସୋମବାର ଦିନ ରଙ୍ଗିଆଗଡ ନିକଟସ୍ଥ ପାରାଦୀପ ଏରସମା ଯୁବ ବିକାଶ ପରିଷଦ କାର୍ଯ୍ୟାଳୟରେ ବିସ୍ତାପିତ ପରିବାର କମିଟିର ସଭାପତି ବସନ୍ତ କୁମାର ମାଝୀ ଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ପ୍ରମୋଦ ବେହେରା, ଉପ-ସଭାପତି ପ୍ରଶାନ୍ତ କୁମାର ଲେଙ୍କା, ସାଧାରଣ ସଂପାଦକ ଯୋଗେନ୍ଦ୍ର ବିଶ୍ୱାଳ, ସହ-ସଂପାଦକ ଅଚୁ୍ୟତ ସ୍ୱାଇଁ, କୋଷାଧ୍ୟକ୍ଷ ସର୍ବେଶ୍ୱର ମାଝୀ ଙ୍କ ସମେତ କମିଟିର ଅନେକ ସଦସ୍ୟ ଉପସ୍ଥିତ ରହି ନିଜର ନ୍ୟାର୍ଯ୍ୟ ଦାବୀ ପାଇଁ ଆଗାମୀ ଦିନରେ ଯୋରଦାର ଆନ୍ଦୋଳନ ଓ ଆମରଣ ଅନଶନ କରିବାର ଚେତାବନୀ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *