Tuesday , October 26 2021
Breaking News
Home / ବିଶେଷ / ଡ଼ା. ଦାମୋଦର ରାଉତଙ୍କ ୭୯ ତମ ଜନ୍ମୋତ୍ସବ ପାଳିତ

ଡ଼ା. ଦାମୋଦର ରାଉତଙ୍କ ୭୯ ତମ ଜନ୍ମୋତ୍ସବ ପାଳିତ

ପାରାଦୀପ,୧୪/୧୨/୨୦୨୦(ଓଡ଼ିଶା ସମାଚାର)- ପାରାଦୀପର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼ା. ଦାମୋଦର ରାଉତଙ୍କ ୭୯ତମ ଜନ୍ମ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବିଜୁ ମେମୋରିଆଲ୍ ଟ୍ରଷ୍ଟ ପରିସରରେ ଏକ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଥିଲା । ପୂର୍ବତନ ପୌରାଧ୍ୟକ୍ଷ ତଥା ପାରାଦୀପ ବିଜେଡ଼ି ସଭାପତି ବସନ୍ତ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବ ରେ ଯୋଗଦେଇ ଡ଼ା. ରାଉତ ପାରାଦୀପାବାସୀ ତଥା ଆୟୋଜକ ପାରାଦୀପ ବିଜେଡ଼ି ନେତା/କର୍ମୀଙ୍କୁ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୁମରବର ନାୟକ,  କିଶୋର କୁମାର ପରିଡ଼ା, ପ୍ରଭାତୀ ନାୟକ, ଚପଳା ସ୍ୱାଇଁ, ସବିତା ମହାପାତ୍ର, ଉଲାସ ବିଶ୍ୱାଳ, ଜ୍ୟୋତିକାନ୍ତ ପରିଡ଼ା, ଚିତରଞ୍ଜନ ରାଉତରାୟ, ରଶ୍ମୀରଞ୍ଜନ ପରିଡ଼ା, ଶୁଶିଲ ମହାପାତ୍ର, ମଂଟୁ ସାହୁ, ରାକେଶ ପଟ୍ଟନାୟକ, ରାଜେଶ ଭୁୟାଁ, ଆଲୋକ ମହାପାତ୍ର, ଆଶିଷ ମହାପାତ୍ର, ଜଗନ୍ନାଥ ରାଓ ଓ ଅଟଳ ପରିଡ଼ା ପ୍ରମୁଖ ଯୋଗଦେଇ ଡ଼ା. ରାଉତଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *