Friday , September 22 2023
Breaking News
Home / ବିଶେଷ / ସେବା ପାଇଁ ଏବିଇଓ ଙ୍କୁ ସମ୍ବର୍ଦ୍ଧନା

ସେବା ପାଇଁ ଏବିଇଓ ଙ୍କୁ ସମ୍ବର୍ଦ୍ଧନା

ଗରଦପୁର,୧୪/୧୨/୨୦୨୦(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ସହ ଶିକ୍ଷା ଅଧିକାରିଣୀ ସୁଷମା ମଲିକ ଙ୍କୁ ଆଜି ତାଙ୍କର ସମର୍ପିତ ସେବା ପାଇଁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶ୍ରୀମତୀ ମଲିକ୍ ପଦୋନ୍ନତି ପାଇ ତିର୍ତୋଲ ବ୍ଲକ୍ ରେ ଶିକ୍ଷା ଅଧିକାରିଣୀ ଭାବେ ଅବସ୍ଥାପିତ ହେଉଥିବାରୁ ଗରଦପୁର ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଆଜି ତାଙ୍କୁ ସମର୍ପିତ ସେବା ନିମନ୍ତେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । କାମେଶ୍ୱର ମହାଦେବଙ୍କ ପିଠରେ ଆୟୋଜିତ ଉତ୍ସବରେ ଶିକ୍ଷକ ସଂଘ ସଭାପତି ମହେଶ୍ୱର ପାଣି ସଭାପତିତ୍ୱ କରିଥବଲେ । ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଶ୍ରୀମତୀ ମଲିକ ଙ୍କୁ ମାନପତ୍ର, ପୁଷ୍ପଗୁଛ , ଉପଢ଼ୌକନ ଓ ଉତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ପ୍ରମୋଦ କୁମାର ସାହୁ , ଉପସଭାପତି ନିଗମାନନ୍ଦ ରାଉତ, ପୂର୍ବତନ ସମ୍ପାଦକ ଭଂଜ କିଶୋର ସ୍ୱାଇଁ, ବରିଷ୍ଠ ଶିକ୍ଷକ ଅଲେଖ ଚନ୍ଦ୍ର ପଟ୍ଟନାୟକ , ଅନାଦୀ ଚରଣ ମାହାଳୀ ଙ୍କ ସମେତ ଶ୍ରୀମତୀ ମଲିକ ଙ୍କ କର୍ତବ୍ୟ ନିଷ୍ଠା , ସମୟାନୁବର୍ତିତା ଓ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ଅଜୟ ମହାପାତ୍ର,ସୁକାନ୍ତ ବେହେରା,ଅରୁଣ ଦାସ, ଗଙ୍ଗାଧର ଦଳେଇ, ମିର ଅନିଶ ଉଦ୍ଧିନ୍ , ସରୋଜ ଦାସ, ଭିକାରୀ ସ୍ୱାଇଁ, ରବିନ୍ଦ୍ର ନାୟକ, ପ୍ରଶାନ୍ତ ପ୍ରଧାନ , ରାଜୀବ ଲୋଚନ ସ୍ୱାଇଁ, ରତ୍ନାକର ମାହାଳୀ, ବିଜୟ କୁମାର ରାଉତ, କରୁଣାକର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଶିକ୍ଷକ ନୃସିଂହ ଚରଣ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *