Wednesday , December 8 2021
Home / ଶିକ୍ଷା / ଶୁକଦେବ ବ୍ରହ୍ମଚାରୀ ଉପ୍ରା ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ବୈଠକ

ଶୁକଦେବ ବ୍ରହ୍ମଚାରୀ ଉପ୍ରା ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ବୈଠକ

କେନ୍ଦ୍ରାପଡ଼ା,୧୪/୧୨/୨୦୨୦(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ପଂଚାୟତର ଦୋବନ୍ଧାସ୍ଥିତ ଶୁକଦେବ ବ୍ରହ୍ମଚାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସ୍କୁଲର ପ୍ରଧାନ ଶିକ୍ଷକ ଧନେଶ୍ୱର ପାତ୍ରଙ୍କ ଆବାହକତ୍ୱ୍ୱରେ  ଅନୁଷ୍ଠିତ ବୈଠକରେ  ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ଯୋଗଦେଇ ସରକାରଙ୍କ ମୋ ସ୍କୁଲ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲେ । ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ମୋ ସ୍କୁଲ ଅଭିଯାନର ଏକ କମିଟି ଗଠନ କରାଯାଇଥିଲା । ଏହି କମିଟିର ସଭାପତି ଭାବେ ତ୍ରିଲୋଚନ ପାତ୍ର ଓ ସଭ୍ୟ ଭାବରେ ରଶ୍ମିରଞ୍ଜନ ରାଉତ, ଗୁରୁଦ ରାଉତ, ମମତା ବେହେରା, ନିର୍ମଳ ବେହେରା, ଦୀପକ ପାତ୍ର, ରଶ୍ମିରଞ୍ଜନ ପାତ୍ର, ଚନ୍ଦନ ସାହୁ , ମନୋଜ ଜେନା, କୈଳାସ ବେହେରା, ହରପ୍ରିୟା ରାଉତ, ରଶ୍ମିତା ମଲ୍ଲିକ ପ୍ରମୁଖଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା । ବୈଠକରେ ସ୍କୁଲର ସହକାରୀ ଶିକ୍ଷକ ବିଜୟ କୁମାର ନାୟକ ଉପସ୍ଥିତ ରହି ସଭା ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବାତ୍ୟା ପାଇଁ ଶନିବାର ୧୯ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର, ୦୩/୧୨/୨୦୨୧(ଓଡ଼ିଶା ସମାଚାର)-ଶନିବାର ଠାରୁ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, …

Leave a Reply

Your email address will not be published. Required fields are marked *