Monday , September 25 2023
Breaking News
Home / ବିଶେଷ / ମୃତା ରଶ୍ମିତାକୁ ନ୍ୟାୟ ଦାବିରେ ବୃଦ୍ଧା ମା’ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ମୃତା ରଶ୍ମିତାକୁ ନ୍ୟାୟ ଦାବିରେ ବୃଦ୍ଧା ମା’ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦ୍ରାପଡା,୧୪/୧୨/୨୦୨୦(ଓଡ଼ିଶା ସମାଚାର)-ଗତ ନଭେମ୍ବର ମାସ ୧୩ ତାରିଖରେ ଘଟିଥିବା ଏକ ବଧୁହତ୍ୟା ଘଟଣାରେ ଝିଅ ରଶ୍ମିତାକୁ ନ୍ୟାୟ ପ୍ରଦାନ ଦାବିରେ ବୃଦ୍ଧା ମା’ ଭଗବତୀ ପରିଡା ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାଇ ନିକିରାଇ ଥାନା ଅନ୍ତର୍ଗତ ବାରୋ ଗ୍ରାମର ସ୍ୱର୍ଗତ ଖଗେଶ୍ୱର ପରିଡାଙ୍କ ବିଧବା ପତ୍ନୀ ଭଗବତୀ ପରିଡା ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ରଶ୍ମିତା (୩୨) ସେହି ଥାନା ଅନ୍ତର୍ଗତ ନିକିରାଇପାଟଣା ଗ୍ରାମର ନାରାୟଣ ଥାଟୋଇଙ୍କ ପୁଅ ପ୍ରଦୁ୍ୟମ୍ନ ଥାଟୋଇଙ୍କୁ ୫ବର୍ଷ ତଳେ ବିବାହ କରିଥିଲେ । ବିବାହ ସମୟରେ ଦିଆଯାଇଥିବା ଯୈ÷ାତୁକରେ ସନ୍ତୁଷ୍ଟ ନହୋଇ ବିବାହ ପରେ ଅଧିକ ଯୈ÷ାତୁକ ଦାବି କରି ବାରମ୍ବାର ଝିଅ ରଶ୍ମିତାକୁ ମାରଧର କରୁଥିଲେ । ଗତ ନଭେମ୍ବରମାସ ୧୩ତାରିଖରେ ଝିଅର ଶାଶୁ, ଶଶୁର, ଦିଅର ଓ ସ୍ୱାମୀ ସମସ୍ତେ ମିଶି ରଶ୍ମିତାକୁ ତଂଟି ଚିପି ହତ୍ୟା କରିବା ପରେ ତା’ପାଟିରେ ବିଷ ଭରିଦେଇ ସେ ଆତ୍ମହତ୍ୟା କରିଛି ବୋଲି ମା’ ଭଗବତୀଙ୍କୁ ସେହିଦିନ ରାତି ୯ଟା ପରେ ଜଣାଇଥିଲେ । ଏସମ୍ପର୍କରେ ଭଗବତୀ ନିକିରାଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା କେଶ ନମ୍ବର ୧୪୫/୨୦୨୦ରେ ଏକ ମାମଲା ରୁଜୁ କରିବା ସହ ନିକିରାଇ ଥାନା ପୋଲିସ ଝିଅ ରଶ୍ମିତାର ସ୍ୱାମୀ ପ୍ରଦୁ୍ୟମ୍ନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କିନ୍ତୁ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଧୁଷା ଥାଟୋଇ ଓ ଗାଣ୍ଡୁଆ ଥାଟୋଇଙ୍କୁ ପୋଲିସ ଗିରଫ କରୁନଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଦ୍ୱୟ ପ୍ରଭାବଶାଳି ବ୍ୟକ୍ତି ହୋଇଥିବାରୁ ସେମାନଙ୍କୁ ପୋଲିସ ଗିରଫ କରୁନଥିବା ଓ ସେମାନେ ଅଭିଯୋଗକାରିଣୀ ଏବଂ ତାଙ୍କର ୨ପୁଅଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିବା ମଧ୍ୟ ଭଗବତୀ ଅଭିଯୋଗ କରିଛନ୍ତି । ମୃତ ରଶ୍ମିତାଙ୍କର ଏକ ୩ବର୍ଷର ଝିଅ ଓ ୬ମାସର ପୁଅ ମଧ୍ୟ ଅଛନ୍ତି । ଏଭଳି ପରିସ୍ଥିତିରେ ପୋଲିସର ଉଦାସୀନତାକୁ ନେଇ ବିଧବା ବୃଦ୍ଧା ଝିଅ ଓ ତା’ର ୨ଟି ନାବାଳକ ପିଲାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବିକରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହୋଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *