ରାଉରକେଲା, ୧୪/୧୨/୨୦୨୦(ଓଡ଼ିଶା ସମାଚାର)- ଆଜି ରାତି ପ୍ରାୟ ୮ଟାରେ ବେଦବ୍ୟାସରେ ଥିବା ଗହଣା ଦୋକାନରୁ ଘରକୁ ଫେରିବା ବାଟରେ ବ୍ୟବସାୟୀ ମା’-ପୁଅଙ୍କ ଉପରକୁ ଗୁଳି ମାଡ଼ ହୋଇଛି।ବେଦବ୍ୟାସ ଗୁରୁଦ୍ବାରା ରୋଡ୍ରେ ଥିବା ଗହଣା ଦୋକାନରୁ ମା-ପୁଅ ନିର୍ମଳା ଦେବୀ ଓ ପ୍ରକାଶ ପ୍ରସାଦ ଫେରୁଥିଲେ। ସ୍ଥାନୀୟ ନଦୀଟୋଲା ସ୍ଥିତ ବାସଭବନରୁ ମାତ୍ର ୪ ଶହ ମିଟର ଦୂରତାରେ ୩ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ୫ ରାଉଣ୍ଡ ଗୁଳି କରିଥିଲେ। ଗୋଟିଏ ଗୁଳି ମା ନିର୍ମଳାଙ୍କ ଅଣ୍ଟାରେ ବାଜିଥିବାବେଳେ ବାକି ୪ଟି ଗୁଳି ମିସ୍ ହୋଇଯାଇଛି । ପୁଅ ପ୍ରକାଶ ଦେହରେ କୌଣସି ଗୁଳି ବାଜିନାହିଁ । ବ୍ରାହ୍ମଣୀତରଙ୍ଗ ପୁଲିସ ଘଟଣାସ୍ଥଳରୁ ୩ ଟି ଜୀବନ୍ତ ଗୁଳି ଉଦ୍ଧାର କରିବାସହ ତଦନ୍ତ ଜାରି ରଖିଛି। ତେବେ କାହିଁକି ଓ କେଉଁମାନେ ମା ଓ ପୁଅ ଙ୍କ ଉପରକୁ ସିରିଜ୍ ଗୁଳି କରିଥିଲେ, ତାହା ଜଣାପଡ଼ିନାହିଁ । ଗୁଳିମାଡ଼ରେ ଗୁରୁତର ଆହତ ନିର୍ମଳାଙ୍କୁ ହସପିଟାଲ ରେ ଭର୍ତି କରାଯାଇଛି । ଓଡ଼ିଶା ସମାଚାର