Tuesday , October 4 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ମାଳିକା ବର୍ଣ୍ଣିତ ମଣି ନାଗ ଗୁମ୍ଫା

ମାଳିକା ବର୍ଣ୍ଣିତ ମଣି ନାଗ ଗୁମ୍ଫା

ସାଲେପୁର,୧୪/୧୨/୨୦୨୦(ଓଡିଶା ସମାଚାର/ଅଭୟ ଜେନା): କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳୀ ର ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଜରିପଡା ଗ୍ରାମ ପଞ୍ଚାୟତ ର ଜଳୌକା ପାହାଡ଼ ର ମଣି ନାଗ ଗୁମ୍ଫା ର ମହିମା ଅପାର ଏହା ମାଳିକା ବର୍ଣ୍ଣିତ ଥିବା ବେଳେ କିମ୍ବଦନ୍ତୀ ଅନୁଯାଇ ଏହା ତ୍ରେତୟା ଯୁଗର ଗୁମ୍ଫା ବୋଲି ଅନୁମାନ କରାଯାଉଥିବା ବେଳେ ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରୀ ଙ୍କ ସାଧନା ପୀଠ ସହିତ ଏହି ଗୁମ୍ଫା ଟିର ବାଟ ପାତାଳ ବାଟେ ଯାଜପୁର ବିରଜା କ୍ଷେତ୍ର, ଅମରାବତୀ, ପାରାଦୀପ ର ଉଦୟବଟ, ନେମାଳ ବଟ କୁ ବାଟଥିବା ବେଳେ ପାଣ୍ଡବ ମାନଙ୍କ ଅସ୍ତ୍ରଶସ୍ତ୍ର କୁ ମଣି ନାଗ ଜଗି ଥିବା ପ୍ରମାଣ ମିଳେ ଏହି ନାଗ ର ଲାଞ୍ଜ ଗାତରେ ଥିବା ବେଳେ ମୁଣ୍ଡ ବିରୂପା ନଦୀରେ ପାଣି ପିଇବା ମଧ୍ୟ ବିଶ୍ୱାସ ଓ ଅସ୍ଥା ର ପ୍ରତୀକ ଭାବେ ରହିଛି। ଏହି ପିଠଟି ପର୍ୟ୍ୟଟନ ସ୍ଥଳୀ ଭାବରେ ମାନ୍ୟତା ପାଇଥିବା ବେଳେ ଲୋକ ଲୋଚନକୁ ଆସି ପାରୁ ନାହିଁ।ଏହା ପାହାଡ଼ ମଧ୍ୟ ଭାଗରେ ଅବସ୍ଥିତ ଏଠାକୁ ଆସିବାକୁ ଗମନାଗମନ ସୁବିଧା ମଧ୍ୟ ବହୁତ ଭଲଥିବା ବେଳେ ଏହାର ମନୋରମ ଦୃଶ୍ୟ ପର୍ୟ୍ୟଟକଙ୍କ ମନକୁ ଆକୃଷ୍ଟ କରିଥାଏ। ଓଡ଼ିଶା ସମାଚାର

Leave a Reply

Your email address will not be published.