Saturday , December 4 2021
Home / ବିଶେଷ / ଫନିରେ ଘର ଉଜୁଡ଼ିଛି: ବିଧବା ଅସହାୟ ମଲ୍ଲୀ ବେୱା ଆବସ ଘର ପାଇବ କେବେ ?

ଫନିରେ ଘର ଉଜୁଡ଼ିଛି: ବିଧବା ଅସହାୟ ମଲ୍ଲୀ ବେୱା ଆବସ ଘର ପାଇବ କେବେ ?

ନିରାକାରପୁର, ୧୪/୧୨/୨୦୨୦(ଓଡ଼ିଶା ସମାଚାର)- ଫନି ବାତ୍ୟାରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନିରାକାରପୁର ପଂଚାୟତ ରାଉଳହଜ ଗ୍ରାମର ବିଧବା ଅସହାୟ ମଲ୍ଲୀ ବେୱାଙ୍କ ଚାଳ ଛପର ଘଟି ସଂପୂର୍ଣ୍ଣ ଭାଙ୍ଗି ଯିବା ପରେ ବର୍ତମାନ ବର୍ଷେ ସାତମାସ ହେବ ସେ ବାରଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି । ସେ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ । ଏଣେ ତେଣେ ଭଡ଼ାଘରେ ରହୁଥିବାବେଳେ ଖଣାଦିନେ ସୂର୍ଯ୍ୟ କିରଣ ଓ ବର୍ଷାଦିନେ ବର୍ଷା ପାଣି ସେ ଅଣନିଶ୍ୱାସୀ ହୋଇ ପଡ଼ିଲେଣି । ଫନି କ୍ଷତିକ୍ଷତି ଆକାଳ ପରେ ତାଙ୍କ ନାମଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଥିବାବେଳେ ଏ ପର୍ଯ୍ୟନ୍ତ ତାଙ୍କୁ କାର୍ଯ୍ୟାଦେଶ ନ ମିଳି ପାରୁଥିବାରୁ ସେ ପଂଚାୟତରୁ ଟାଙ୍ଗୀ ବ୍ଲକକୁ ବାରମ୍ବାର ଦୈାଡ଼ୁଥିବାର ଦେଖାଯାଉଛି । ସେ ଭଡ଼ାଘର ପାଇଁ ଅର୍ଥ ଦେଇ ଦେଇ ହଇରାଣ ହୋଇ ଗଲେଣି । ଏବେ ବିଧବା ମଲ୍ଲୀ ଦିଓଳି ଦିମୁଠା ଖାଇବାକୁ ନ ପାଉଥିବାବେଳେ କେମିତି କେତେଦିନ ଘର ଭଡା କରି ଚଳିବ ସେ ନିଜେ ଜାଣି ପାରୁନି । ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପାଖକୁ ବାରମ୍ବାର ଯିବାକୁ ଅର୍ଥର ଅଭାବ ଥିବାରୁ ପଂଚାୟତର ତଳିଆ କର୍ମଚାରୀମାନଙ୍କ ନିକଟକୁ ବାରମ୍ବାର ଦୈାିଡ଼ି ଗୁହାରୀ କରୁଥିଲେ ବି ଏମାନେ କିଛି ନିର୍ଭର ପ୍ରତିଶ୍ରୁତି ଦେବାରେ ବିଫଳ ହେଉଛନ୍ତି । ତେଣୁ ଫନିରେ ସଂପୂର୍ଣ୍ଣ ବାସଗୃହ ହରାଇଥିବା ପରିବାରକୁ ଆବାସ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇ ଗୃହ ନିର୍ମାଣ କରିବାକୁ କାର୍ଯ୍ୟାଦେଶ ପ୍ରଦାନ କରିବାକୁ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *