Tuesday , December 7 2021
Breaking News
Home / ବିଶେଷ / ଚଳିତବର୍ଷ ଡିସେମ୍ବର ୧୫ ରେ ବିସିଟି ପକ୍ଷରୁ ରକ୍ତଦାନ ଓ ଅଙ୍ଗଦାନ ଶିବିର ପ୍ରସ୍ତୁତି ଚୂଡାନ୍ତ

ଚଳିତବର୍ଷ ଡିସେମ୍ବର ୧୫ ରେ ବିସିଟି ପକ୍ଷରୁ ରକ୍ତଦାନ ଓ ଅଙ୍ଗଦାନ ଶିବିର ପ୍ରସ୍ତୁତି ଚୂଡାନ୍ତ

କଟକ, ୧୪/୧୨/୨୦୨୦ (ଓଡ଼ିଶା ସମାଚାର)- ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ “ବିଷ୍ନୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ-ଓଡ଼ିଶା”(ବିସିଟି)ର ୬ଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ଚଳିତବର୍ଷ ଡିସେମ୍ବର ୧୫ ତାରିଖରେ ଯାଜପୁର ଜିଲ୍ଲା ବରୀ ବ୍ଲକ କିମ୍ଭୀରିଆପାଳ ପଂଚାୟତ ଉପକଣ୍ଠ ଜଳେଶ୍ବର ବ୍ରହ୍ମପୁର ନୋଡାଲ ସ୍କୁଲ,ଧୋବାତୋଟା ଠାରେ କରୋନା କଟକଣା ପାଳନ ପୂର୍ଵକ ବିଭିନ୍ନ ସେଵାକାର୍ୟ୍ୟ ଯଥା ଧର୍ମପରାୟଣା ସ୍ୱର୍ଗତା ବିଷ୍ଣୁପ୍ରିୟା ଦେବୀଙ୍କ ଶ୍ରାଦ୍ଧ ଦିବସ ପାଳନ,ରକ୍ତଦାନ ଶିବିର(ଜୀବନ ସ୍ରଷ୍ଟା କାର୍ୟ୍ୟକ୍ରମ),ଅଙ୍ଗଦାନ ଶିବିର, ସାରସ୍ୱତ ସମ୍ବର୍ଦ୍ଧନା ପର୍ଵ,ପତ୍ରପତ୍ରିକା ଉନ୍ମୋଚନ ପାଳିତ ହେବାକୁ ଯାଉଅଛି ।ଏହି ରକ୍ତଦାନ ଶିବିରରେ ରେଡ଼କ୍ରସ କଟକ ଶାଖା,ଯାଜପୁର ଜିଲ୍ଲା ରକ୍ତ ଭଣ୍ଡାର କର୍ମକର୍ତ୍ତା ଯୋଗଦେବାସହ ଭାରତ ଶରୀର ଓ ଅଂଗଦାନ ସମିତି(ବଡ଼ି)ର ବରେଣ୍ୟ ସଭାପତି ବିଶିଷ୍ଟ ସମାଜସେବୀ ସାମ୍ବାଦିକ ଡ଼ଃ. ପ୍ରଭାସ ଆଚାର୍ୟ୍ୟ ଯୋଗଦାନ କରି ଅଂଗଦାନ ଉପରେ ଜନସାଧାରଣଙ୍କୁ ସଚେତନତା,ଆଲୋଚନା ଚକ୍ର ଅନୁଷ୍ଠିତ ହେବାର ବ୍ୟବସ୍ଥା ରହିଛି । ଟ୍ରଷ୍ଟ ପକ୍ଷରୁ ଏହି ସେବାକାର୍ୟ୍ୟରେ ଜନସାଧାରଣ ଉପସ୍ଥିତ ରହି ରକ୍ତଦାନ,ଅଂଗଦାନ ମହାସେବା ଶିବିରକୁ ସାଫଲ୍ୟ ମଣ୍ଡିତ କରିବାକୁ ମିଡ଼ିଆସେଲ ଅଧ୍ୟକ୍ଷ ଇଂ ସେବକ ଶ୍ରୀକାନ୍ତ,ସମ୍ପାଦକ ପ୍ରିନ୍ସ ନନ୍ଦ, ସଂଗଠନ ସମ୍ପାଦକ ସୁରଜ ବେହେରା, ସାଂସ୍କୃତିକ ସମ୍ପାଦକ ଶିବ ପ୍ରସାଦ ଦାସ,ପ୍ରତିଷ୍ଠାତା ଇଂ.ବିମଳ ଚନ୍ଦ୍ର ଦାସ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଏମ୍ ରାମପୁର କୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି ରେ ୧୨ ଘଣ୍ଟିଆ ବନ୍ଦ ପାଳନ

କଳାହାଣ୍ଡି ,୬/୧୨/୨୧(ଓଡିଶା ସମାଚର /ସଂଜୟ ସିଂହ)-କଳାହାଣ୍ଡି ଜିଲ୍ଲା ରେ ଦିର୍ଘ ୪୦ବର୍ଷ ହେଲା ଏମ୍ ରାମପୁର ବ୍ଲକ କୁ ରାଜସ୍ୱ …

Leave a Reply

Your email address will not be published. Required fields are marked *