ନିଶ୍ଚିନ୍ତକୋଇଲି,୧୪/୧୨/୨୦୨୦(ଓଡିଶା ସମାଚାର/ଅଭୟ ଜେନା):କଟକ ସଦର ନିର୍ବାଚନ ମଣ୍ଡଳୀ ର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ତିଲକଣା ପଞ୍ଚାୟତ ଓଡ଼ଘିପୁର ଠାରେ ଓଡ଼ଘିପୁର ଜେନା ସାହି ରାସ୍ତା ର ଉନ୍ନତି କରଣ ଭୂମି ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।କଟକ ସଦର ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଚନ୍ଦ୍ରସରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଏହି ରାସ୍ତା ର ନବୀକରଣ କରାଯିବା ମୋର ପିତା ତଥା ପ୍ରାକ୍ତନ ମନ୍ତ୍ରୀ କାଳନ୍ଦୀ ବେହେରା ଙ୍କ ଅଧୁରା ସ୍ୱପ୍ନ ଆଜି ସାକାର ହେବାକୁ ଯାଉଛି।ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଅଚ୍ୟୁତା ନନ୍ଦ ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପଯ୍ୟବେକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ, ସରପଞ୍ଚ ବିଶ୍ୱନାଥ ପଣ୍ଡା, ରମେଶ ଜେନା, ହରିହର ଜେନା, ନେମାଳ ବିଜେଡି ସଭାପତି ବିମଳ ଦାସ,ପାଳଦା ସରପଞ୍ଚ ମୀନକେତନ ସ୍ୱାଇଁ, କଳମିଶ୍ରି ବିଜେଡି ସଭାପତି ପ୍ରମୋଦ ନାୟକ, ଯୁବନେତା ବିଶ୍ୱଜିତ ପରିଡ଼ା ପ୍ରମୁଖ ଯୋଗଦେଇଥିଲେ।ପୂର୍ବାହ୍ନରେ ନେମାଳ ଅଚ୍ୟୁତାନନ୍ଦ ବିଦ୍ୟାପୀଠ ରେ ଫନି ସହାୟତାରେ ନିର୍ମିତ ହେବାକୁ ଥିବା ଗୃହ ର ଶିଳାନ୍ୟାଶ ଶ୍ରୀ ବେହେରା ଙ୍କ ଦ୍ଵାରା ସମ୍ପନ୍ନ ହୋଇଥିଲା। ଓଡ଼ିଶା ସମାଚାର