ନିରାକାରପୁର,୧୩/୧୨/୨୦୨୦(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଂଚଳ ଅଧୀନସ୍ଥ ନିରାକାରପୁର ଚିତ୍ରକୂଟ ପାଦଦେଶରେ ଥିବା ପୂର୍ବତନ ସରପଂଚ ବିପିନ କୁମାର ଜୟସିଂହଙ୍କ ବଗିଚାରେ ଗତ ରାତିରେ ହାତୀ ଦଳ ପଶି ବଗିଚାରେ ଥିବା ବିଭିନ୍ନ ଦରକାରୀ ଗଛଗୁଡ଼ିକୁ ଖାଇ,ଭାଙ୍ଗି ଦଳିଚକଟି ନଷ୍ଟ କରିଦେଇଛନ୍ତି । ପ୍ରକାଶଥାଉକି ଏହି ହାତୀପଲ ଏହି ଅଂଚଳରେ ରହି ଧାନ ଫସଲ ଓ ପନିପରିବା ,ବିଭିନ୍ନ ଦରକାରୀ ଗଛ ନଷ୍ଟ କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ତେଣୁ ବିଭାଗୀୟ ଅଧିକାରୀମାନେ ଦୃଷ୍ଟିଦେବାକୁ ଦାବି ହେଉଛି । ଓଡ଼ିଶା ସମାଚାର