Wednesday , October 4 2023
Breaking News
Home / ତାଜା ଖବର / ସଡ଼କ ଦୂର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ – ଦୂର୍ଘଟଣା ଘଟାଇଥିବା କାର ଜଳିଗଲା

ସଡ଼କ ଦୂର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ – ଦୂର୍ଘଟଣା ଘଟାଇଥିବା କାର ଜଳିଗଲା

ରଘୁନାଥପୁର, ୧୩/୧୨/୨୦୨୦(ଓଡ଼ିଶା ସମାଚାର)- କଟକ – ପାରାଦ୍ୱୀପ ରାସ୍ତାର ରଘୁନାଥପୁର ବଜାର ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା ଘଟି ଜଣକର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁସାରେ ତିର୍ତୋଲ ଥାନା ଓ ବ୍ଲକ୍ ଅଧିନସ୍ଥ କୃଷ୍ଣାନନ୍ଦପୁର ପଂଚାୟତ ଅନ୍ତର୍ଗତ ମାନୁମହଲାର ସେକ୍ କରାମତ୍ ଅଲୀ (୫୩) କୌଣସି କାର୍ଯ୍ୟରେ ବାଇକ୍ ରେ ରଘୁନାଥପୁର ଆସିଥିବାବେଳେ ଏକ କାର ଧକାରେ ତାଙ୍କର ମୃତ୍ୟୁ ଘଟିଛି । ଅନ୍ୟ ପକ୍ଷରେ ଦୂର୍ଘଟଣା ଘଟାଇଥିବା କାର ଓ ବାଇକ୍ ଟି ମଧ୍ୟ ଜଳିଯାଇଛି । ରଘୁନାଥପୁର ଅଗ୍ନୀଶମ ବାହିନୀ ପହଂଚି ନିଆଁ ଲିଭାଇଥିଲେ । ରଘୁନାଥପୁର ଥାନା ପୋଲିସ ପହଂଚି ଶ୍ରୀ ଅଲୀଙ୍କୁ ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ୍ ଦୂର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *