ନିରାକାରପୁର, ୧୩/୧୨/୨୦୨୦(ଓଡ଼ିଶା ସମାଚାର)-ସର୍ଜନଶୀଳତାରେ କମନୀୟତା ଓ ସ୍ୱଛଦ ପ୍ରକାଶତାକୁ କାଳଜୟୀ କରିଥାଏ । ପେ ପର୍ଯ୍ୟନ୍ତ ଆଖିର ଲୁହ ,ଛାତିର ଦୀର୍ଘ ନିଶ୍ୱାସ ଓ ହୃଦୟର ଆବେଗ ରହିଛି ସାହିତ୍ୟର ପଂଚଭୂତ ସେତେଦିନ ଯାଏଁ ସାଇତା ହୋଇ ରହିଥିବେ । ସ୍ୱଜନର ସାମ୍ରାଜ୍ୟରେ କବି,ଲେଖକ, ଶିଳ୍ପୀ ଓ ସାରସ୍ୱତ ସାଧାକ ଗଣକ ସୃଜନୀ ଜୀବନର ଜୟଗାନ କରୁଥିବା ବୋଲି ମତପୋଷଣ କରିଛନ୍ତି । ବିଶିଷ୍ଟ ଅତିଥିଗଣ ପୁସ୍ତକ ଲୋକାର୍ପଣ ସମାବେଶରେ କ୍ଷେତ୍ରବାସୀ ଡ଼ିଏଭି ମହାବିଦ୍ୟାଳୟ ପରିସରସ୍ଥ ଗାନ୍ଧୀ ଭବନ ପ୍ରକୋଷ୍ଠରେ ଅଂଚଳର ଅଳଙ୍କାର ବ୍ୟବସାୟୀ ତଥା କବି ଆର୍ତତ୍ରାଣ ସାହୁଙ୍କ ରଚିତ କବିତା ପୁସ୍ତକ ସତ୍ୟାନୁସନ୍ଧାନ ଓ ସତୀ ଉପାଖ୍ୟାନର ଆନୁଷ୍ଠାନିକ ପାଠାକାର୍ପଣ କରି ସାହିତ୍ୟ ସତ୍ୟର ଉଦଘାଟନ କରିଆସିଛି ଓ ତାହା ଜୀବନର ଜଳଛବିଭାବେ ଗୃହୀତ ହୋଇଛି ବୋଲି ବକ୍ତାଗଣ ମନ୍ତବ୍ୟ ରଖିଛନ୍ତି । ବିଶେଷ ଶିକ୍ଷାବିତ ବଂଶୀଧର ଜଗଦ୍ଧେବଙ୍କ ସଭାପତିତ୍ୱରେ ଆୟୋଜିତ ସମାବେଶରେ ମୁଖ୍ୟଅତିଥି ବରିଷ୍ଠଭାବେ ଆଇନୀଜୀବୀ ବିଚିତ୍ର କୁମାର ବଡ଼ଜେନା, ମୁଖ୍ୟବକ୍ତା ଭାବେ ଓଡ଼ିଆ ସ୍ନାତକୋତର ବିଭାଗର ପ୍ରାକ୍ତନ ମୁଖ୍ୟ ଡ଼. ବେଣୁଧର ଦାସ, ସମ୍ମାନୀତ ଅତିଥି ଭାବେ ନୟାଗଡ଼ ପୂର୍ବତନ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ତଥା ଗାଳ୍ପିକ ଦିଲ୍ଲୀପ କୁମାର ସାହାଣୀ ଯୋଗଦେଇଥିବାବେଳେ ଅଧ୍ୟାପକ ଡ଼. ମୃତ୍ୟୁଞ୍ଜୟ ରଥ ପୁସ୍ତକ ଦ୍ୱୟର ସମୀକ୍ଷା କରିଥିଲେ । ଯୁବ ପ୍ରତିଭା ବିଶ୍ୱଜିତ ବଳିୟାରସିଂହ ସଭା ସଂଯୋଜନା କରିଥିବାବେଳେ କବି ଆର୍ତତ୍ରାଣ ସାହୁ ନିଜ ରଚନାର ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ । ପୁସ୍ତକ ଦ୍ୱୟର ଲୋକାର୍ପଣ ହେବା ସହ କବି ଆର୍ତତ୍ରାଣ ସାହୁ ମଂଚାସୀନ ଅତିଥିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରକାଶିକା ମିନତୀ ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । କୋଭିଡ଼ ନିୟମ ଅନୁପାଳନରେ ଆୟୋଜିତ ଉକ୍ତ ସମାବେଶରେ ଅଂଚଳର ବିଭିନ୍ନ ସାହିତ୍ୟ,ସଂଗଠନ, କର୍ମକର୍ତା କବିମାନଙ୍କର ଉପସ୍ଥିତି ଦେଖିବାକୁ ମିଳିଥିଲା । ଓଡ଼ିଶା ସମାଚାର
