Wednesday , October 4 2023
Breaking News
Home / ବିଶେଷ / ଶୀତ  ସକାଳ …. (କବିତା) – ଚୁମକି ଦାଶ (ମିଶ୍ର )

ଶୀତ  ସକାଳ …. (କବିତା) – ଚୁମକି ଦାଶ (ମିଶ୍ର )

କ୍ଷୁଦ୍ର ରୁ ବୃହତ୍ତ  ଏ ଜୀବଜଗତ

ପ୍ରଭାବିତ ଯେ ଶୀତରେ ,

ପ୍ରତ୍ୟୁଷ ମାତ୍ରକେ ଟୋପା ଟୋପା ଜଳ

ପଡିଥାଏ ପତ୍ରପରେ  ।

ସୁନେଲି ସୂର୍ଯ୍ୟ ଯେ ମେଘୁଆ ପାଗରେ

ଲୁଚନ୍ତି ନୀଳ ଗଗନେ,

ଥିରି ଥିରି ବାଆ ଦୋହଲାଇ ଦିଏ

ପ୍ରତ୍ୟୁଷ   ହସଇ ମନେ ।

ଚଉରା ମୂଳରେ ମୁରୁଜ ସାଙ୍ଗରେ

ଦୀପ ଧୁପ ରେ ସେ  ବାସ୍ନା,

କାର୍ତ୍ତିକ ପୁରାଣ ହବିଷଅନ୍ନଯେ

ପୁଣ୍ୟ ଧର୍ମ ଆଲୋଚନା  ।

ଶୀତ ସକାଳର କଅଁଳ କିରଣ

ସ୍ୱାସ୍ଥ୍ୟ ପାଇଁ ଭାରି ହିତ,

ସକାଳ ସ୍ନାହାନ ପୂଜା ପାଠ ସତେ

ଅଧ୍ୟାତ୍ମ ହୃଦେ  ଜାଗ୍ରତ   ।

ଶୀତୁଆ ସକାଳେ ମୋ ‘ମନ ଖୋଜଇ

ପାହାଡ଼ ତଳ ଦୃଶ୍ୟକୁ,

ଛାତ ଉପରେ ମୁଁ ନୀତି ଦେଖୁଥାଏ

ନାଲି ଭାସ୍କର ଆଭାକୁ ।

 

-୦-

ଶାନ୍ତିପଡ଼ା, ବଲାଙ୍ଗୀର

Leave a Reply

Your email address will not be published. Required fields are marked *