Wednesday , October 27 2021
Breaking News
Home / ରାଜନୀତି / ମାହାଙ୍ଗା ବ୍ଲକ ବିଜେଡିର ୨୩ ଜଣିଆ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷିତ

ମାହାଙ୍ଗା ବ୍ଲକ ବିଜେଡିର ୨୩ ଜଣିଆ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷିତ

ମାହାଙ୍ଗା,୧୩/୧୨/୨୦୨୦(ଓଡିଶା ସମାଚାର/ଅଭୟ ଜେନା): ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ ଏବଂ ଜିଲ୍ଲା ସଭାପତିଙ୍କ ଅନୁମୋଦନ କ୍ରମେ ରାଜକିଶୋର ଜେନାଙ୍କୁ ମାହାଙ୍ଗା ବ୍ଲକ ବିଜେଡି ସଭାପତି ଏବଂ ତାଙ୍କ ଟିମରେ ୧୧ ଜଣ ଉପସଭାପତି ଓ ୧୧ ଜଣ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦିଆଯାଇଛି । ଏଥିସହ ଏହି ଟିମରେ ଦଶ ଜଣଙ୍କୁ ଉପଦେଷ୍ଟା ଭାବେ ଗ୍ରହଣ କରାଯିବା ସୂଚନା ମିଳିଛି । ବ୍ଲକ ବିଜେଡି ପକ୍ଷରୁ ୩୨ ଜଣିଆ କାଉନସେଲିଂ କମିଟି ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରତି ବୁଥ ଗୁଡିକରେ ଦଳର କ୍ୟାଡର ସଦସ୍ୟ ମାନଙ୍କୁ ନେଇ ବିଭିନ୍ନ କମିଟି ଗଠନ ସହିତ ସେମାନଙ୍କ ଜରୀଆରେ ଗ୍ରାଉଣ୍ଡ ଜିରୋରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ କଲ୍ୟାଣ କାର୍ୟ୍ୟକ୍ରମର ସଫଳତା କିପରି ପହଂଚି ପାରିବ ଏହାର ଦାୟୀତ୍ୱ ଦେବାକୁ ନିଷ୍ପତି ନିଆଯାଇଥିଲା । ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନାଙ୍କ ଟିମରେ ଉପସଭାପତି ଭାବେ ଚୌଧୁରୀ ଗୌତମ ଶରଣ, ବିଦ୍ୟୁଲତା ପ୍ରଧାନ, ନର୍ମଦା ନାୟକ, ବୈଷ୍ଣବ ମହାନ୍ତି, ସତ୍ୟଜିତ କିଶୋର ଦାସ, ଦିଲ୍ଲୀପ ସିଂ, ପ୍ରଶାନ୍ତ କୁମାର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ରତ୍ନାକର ସାହୁ, ଭ୍ରମରବର ରାଉତରାୟ, ଏବଂ ଡକ୍ଟର ଜୟୀରାମ ସ୍ୱାଇଁଙ୍କୁ ନିଆଯାଇଥିବା ବେଳେ, ସାଧାରଣ ସମ୍ପାଦକ ଭାବେ ହେମନ୍ତ କୁମାର ପ୍ରଧାନ,ରତ୍ନାକର ସେଠୀ, ତ୍ରିଲୋଚନ ମିଶ୍ର, ନିରଞ୍ଜନ ସାମଲ, ସୁବାଷ ଚନ୍ଦ୍ର ବେହେରା, ଲଳିତ ମହାପାତ୍ର, ଦେବେନ୍ଦ୍ର ବଳ, ସଦାଶିବ ଦାଶ, ତ୍ରିଲୋଚନ ସାହୁ, ଭାଗବତ ସେଠୀ ଏବଂ ତାପସ ପ୍ରଧାନଙ୍କୁ ନିଯୁକ୍ତି ଦିଆଯାଇଛି ।

ସେହିପରି ଉପଦେଷ୍ଟା ମଣ୍ଡଳୀରେ ଭିକାରୀ ଚରଣ ସ୍ୱାଇଁ, କିଶୋର ଚନ୍ଦ୍ର ସିଂହ, ଜଗନ୍ନାଥ ପ୍ରଧାନ, ନିରଞ୍ଜନ ସ୍ୱାଇଁ, କୈଳାଶ ଚନ୍ଦ୍ର ସ୍ୱାଇଁ, ପ୍ରଶାନ୍ତ କୁମାର କର, ଅର୍ଜୁନି କୁମାର ସାହୁ, ନିରୋଦ କୁମାର ସାମଲ, ଯଦୁନାଥ ନାୟକ ଏବଂ ହରେକୃଷ୍ଣ ସୁନ୍ଦରାୟଙ୍କୁ ନିଆଯିବା ଜଣାପଡିଛି । ବ୍ଲକର ୩୭ ଟି ପଞ୍ଚାୟତରେ ବିଜେଡ଼ିକୁ କିପରି ଆହୁରି ଅଧିକ ମଜଭୁତ କରାଯିବ ଓ ପଞ୍ଚାୟତ ସମିତି ଦଖଲ କରାଯିବ, ସେନେଇ ରଣନୀତି ପ୍ରସ୍ତୁତ ପାଇଁ ବୈଠକ ବସିଥିଲା । ଓଡ଼ିଶା ସମାଚାର

About admin

Check Also

ସାଲେପୁର  କଂଗ୍ରେସଦଳ  ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ଙ୍କ ବହିଷ୍କାର ଦାବି ରେ ବିକ୍ଷୋଭ

 ସାଲେପୁର,୨୫/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-ମମିତା ମେହେର ହତ୍ୟାକାଣ୍ଡର ପ୍ରତିବାଦରେ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର ଦାବିରେ …

Leave a Reply

Your email address will not be published. Required fields are marked *