Tuesday , October 3 2023
Breaking News
Home / ତାଜା ଖବର / ବସ୍ ଓଲଟି ୩୦ ଯାତ୍ରୀ ଆହତ – ୧୫ ଗୁରୁତର ଆହତ

ବସ୍ ଓଲଟି ୩୦ ଯାତ୍ରୀ ଆହତ – ୧୫ ଗୁରୁତର ଆହତ

କଳାହାଣ୍ଡି ୧୩/୧୨/୨୦୨୦(ଓଡ଼ିଶା ସମାଚାର)- ସିଜି ୧୭ ଏଫ ୮୭୧୯ ନମ୍ବର ଗୁପ୍ତା ନାମକ ଏକ ଘରୋଇ ବସ କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଅଂଚଳରୁ କିଛି ଦାଦନ ଶ୍ରମିକଙ୍କୁ ନେଇ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିବା ବେଳେ କେନ୍ଦୁଗୁଡା ଠାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ବସରେ ଯାତ୍ରା କରୁଥିବା  ୩୦ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ୧୫ ଜଣ  ଗୁରୁତର ଆହତ ହୋଇଛନ୍ତି। ଅମାପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ରେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ପଠାଇଥିବା ବେଳେ କୌଣସି ମୃତ୍ୟୁ  ସୂଚନା ନାହିଁ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *