Monday , October 18 2021
Breaking News
Home / କ୍ରୀଡ଼ା / ପିପିଏଲ ଡିଏଭି ପକ୍ଷରୁ ଫିଟ୍ ଇଣ୍ଡିଆ ସାଇକ୍ଳୋଥନ କାର୍ଯ୍ୟକ୍ରମ

ପିପିଏଲ ଡିଏଭି ପକ୍ଷରୁ ଫିଟ୍ ଇଣ୍ଡିଆ ସାଇକ୍ଳୋଥନ କାର୍ଯ୍ୟକ୍ରମ

ପାରାଦ୍ୱୀପ,୧୩/୧୨/୨୦୨୦(ଓଡ଼ିଶା ସମାଚାର)- ପାରାଦ୍ୱୀପ ପିପିଏଲ ସାର କାରଖାନା ପରିସର ମଧ୍ୟରେ ଥିବା ଡିଏଭି ପବ୍ଳିକ ସ୍କୁଲ ପକ୍ଷରୁ ଶନିବାର ଦିନ ଫିଟ୍ ଇଣ୍ଡିଆ ସାଇକ୍ଳୋଥନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପିପିଏଲ ସାର କାରଖାନାର ମାନବ ସମ୍ବଳ ଅଧିକାରୀ ଜଗନ୍ନାଥ ଖୁଂଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତ ସରାକାରଙ୍କ ଏହି ଫିଟ୍ ଇଣ୍ଡିଆ ସାଇକ୍ଳୋଥନ କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ତଥା ସାଇକେଲ ଚାଳନାର ଉପକାରିତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିପିଏଲ ମୁଖ୍ୟ ସୁରକ୍ଷା ଅଧିକାରୀ ଅରୁନ୍ କାନ୍ତି ଆଚାର୍ଯ୍ୟ ସମ୍ମାନୀତି ଅତିଥିଭାବେ ଯୋଗଦେଇ ଫିଟନେସ୍ ର ଗୁରୁତ୍ୱ ସମ୍ପର୍କରେ କହିଥିଲେ । କୋଭିଡ୍-୧୯ ସମୟରେ ବିଦ୍ୟାଳୟର ଏହି ଫିଟ୍ ଇଣ୍ଡିଆ ସାଇକ୍ଳୋଥନ୍ କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଅନଲାଇନ୍ ମାଧ୍ୟମରେ ଉପଭୋଗ କରିଥିଲେ । ଡିଏଭି ପିପିଏଲ ସ୍କୁଲର ଏତାଦୃଶ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅଧ୍ୟକ୍ଷ ସଞ୍ଜୀବ କୁମାର ସାହୁଙ୍କ ପ୍ରଚେଷ୍ଟାକୁ ସମସ୍ତେ ପ୍ରଶଂସା କରିଥିଲେ । ଭାରତ ସରକାରଙ୍କ ଯୁବ ତଥା କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ଫିଟ୍ ଇଣ୍ଡିଆ ସାଇକ୍ଳୋଥନ୍ ଡିସେମ୍ବର ୭ତାରିଖ ରୁ ୩୧ ଡିସେମ୍ବର ୨୦୨୦ ମଧ୍ୟରେ ପାଳନ କରିବାକୁ ସ୍କୁଲ ମାନଙ୍କ ଉଦ୍ଧେଶ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସମସ୍ତ କୋଭିଡ୍ ନିୟମକୁ ପାଳନ କରି ପିପିଏଲ ଡିଏଭି ସ୍କୁଲ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଶଶ୍ୱାତ କୁମାର ଭାରତୀୟ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା କଲେଜର ଜାତୀୟ ସେବା ଯୋଜନା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା,୧୭/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ …

Leave a Reply

Your email address will not be published. Required fields are marked *