Friday , December 2 2022
Home / ବିଶେଷ / ପାରାଦ୍ୱୀପ ବନ୍ଦରର ଜମି ଏବେ ମାଫିଆଙ୍କ କବଜାରେ

ପାରାଦ୍ୱୀପ ବନ୍ଦରର ଜମି ଏବେ ମାଫିଆଙ୍କ କବଜାରେ

ପାରାଦ୍ୱୀପ,୧୩/୧୨/୨୦୨୦(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ମୁଖଶାଳା ନିକଟରେ ଅବସ୍ଥିତ ବିଜୟଚନ୍ଦ୍ରପୁର ର ତାରେଣୀଗଡା ରେ ପାରାଦ୍ୱୀପ ବନ୍ଦର ଜମି ଉପରେ କେତେକ ମୁଷ୍ଟିମେୟ ବ୍ୟକ୍ତି ଅବୈଧ ଭାବେ ଘର ତିଆରି କରି ଭଡା ଦେବା ସେଙ୍ଗ ସେଙ୍ଗ ଦୋକାନ କରି ଗୁଣ୍ଡାଗର୍ଦୀ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ବନ୍ଦର ନିଷିଦ୍ଧାଂଚଳ ର ବାଲିଝରା ଜଳଭଣ୍ଡାର କଡରେ ମାଟି ପକାଇ କ୍ଳବ ନାମରେ ଦୋକାନ ଘର ନିର୍ମାଣ ପାଇଁ ଦିନରାତି ରିଜର୍ଭର କଡ ପୋତା ଚାଲିଛି । ଆଶ୍ଚର୍ଯ୍ୟର କଥା ବନ୍ଦର ଇଷ୍ଟେଟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ସୂଚନା ଥାଉକି ଏହି ମୁଷ୍ଟିମେୟ ତଥା ମାଫିଆଙ୍କ ଆକ୍ରମଣରେ ସେହି ଅଂଚଳ ଲକ୍ଷୀଧର ସାହୁଙ୍କୁ ମରଣାନ୍ତ୍ରକ ଆକ୍ରମଣ କରିଥିଲେ ଏବଂ ବର୍ତମାନ ସେ ଅଠରବାଙ୍କୀ ଚିକିତ୍ସାଳୟରେ ଚିକିତ୍ସାଧିନ ଅଛନ୍ତି । ଏହି ମାଫିଆ ମାନେ ରାଜନୈତିକ ନେତାଙ୍କ ଛତ୍ରଛାୟା ରେ ରହି ଏଭଳି ଗୁଣ୍ଡାଗର୍ଦ୍ଧୀ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏଥିପ୍ରତି ବନ୍ଦର କର୍ତୃପକ୍ଷ ଓ ପୋଲିସ ପ୍ରଶାସନ ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.