Tuesday , October 26 2021
Breaking News
Home / ବିଶେଷ / ନରଣଗଡ଼ ଅଗ୍ନିକାଣ୍ଡ ବିପିନ୍ନଙ୍କୁ ସହଯୋଗ ଅନୁଷ୍ଠାନ ତରଫରୁ ସହାୟତା

ନରଣଗଡ଼ ଅଗ୍ନିକାଣ୍ଡ ବିପିନ୍ନଙ୍କୁ ସହଯୋଗ ଅନୁଷ୍ଠାନ ତରଫରୁ ସହାୟତା

ନିରାକାରପୁର,୧୩/୧୨/୨୦୨୦(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନରଣଗଡ଼ ପଂଚାୟତ କୁରୁପଡ଼ା ଗ୍ରାମରେ ଗତ ଦୁଇଦିନ ତଳେ ଘଟିଥିବା ଅଗ୍ନିକାଣ୍ଡରେ ୩ଟି ପରିବାରର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଆଜି ନିରାକାରପୁର ଅଗ୍ରଣୀ ସହଯୋଗ ଅନୁଷ୍ଠାନ ସଭ୍ୟମାନେ ବିପନ୍ନ ପରିବାରଙ୍କୁ  ଭେଟି ସହାୟତାର ହାତ ବଢାଇଥିଲେ । ବିପନ୍ନ ଧନେଶ୍ୱର ଜେନା, ଭରତ ଜେନା ଓ ରବୀନ୍ଦ୍ର ଜେନାଙ୍କୁ  ସହଯୋଗ ପରିବାର ତରଫରୁ  ଚୁଡ଼ା,ଚାଉଳ,ଡ଼ାଲି, ପାଉରୁଟି,ବିସ୍କୁଟ, ପାଣି ବୋତଲ, ସାବୁନ,ପନିପରିବା, ପୁରୁଷ ଓ ମହିଳାଙ୍କ ପୋଷାକ,ଲୁଙ୍ଗି, ଗାମୁଛା, ବେଡ଼ସିଟ, ବାଲଟି, ମଗ ପ୍ରଭୃତି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସକ୍ରିୟ ସଭ୍ୟ ସମାଜସେବୀ ଦାଶରଥୀ ବିଶୋଇ, ସାମ୍ବାଦିକ ମାନସ ଚନ୍ଦ୍ର ପଟ୍ଟନାୟକ, ଲଛମନ ନାୟକ ଓ ସକ୍ରିୟ ସଭ୍ୟ ରତ୍ନାକର ଜୟସିଂହ,ସଭ୍ୟା ମୁନମୁନ ବଳିୟାରସିଂହ ପ୍ରମୁଖ ସଂପୂର୍ଣ୍ଣ ସହଯୋଗ କରିଥିବାବେଳେ ସହଯୋଗର ଆବାହକ ହିମାଂଶୁ ଭୂଷଣ ଚମ୍ପତିରାୟ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *