Friday , September 29 2023
Breaking News
Home / ବିଶେଷ / ଗରଦପୁର ବ୍ଲକ୍ ରେ କର୍ମଚାରୀ ସଙ୍କଟ ଯୋଗୁ ଉନ୍ନୟନକାର୍ଯ୍ୟ ମନ୍ଥର 

ଗରଦପୁର ବ୍ଲକ୍ ରେ କର୍ମଚାରୀ ସଙ୍କଟ ଯୋଗୁ ଉନ୍ନୟନକାର୍ଯ୍ୟ ମନ୍ଥର 

ଗରଦପୁର, ୧୩/୧୨/୨୦୨୦(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ରେ କର୍ମଚାରୀ ଅଭାବ ଯୋଗୁ  ବିକାଶ ପ୍ରକି୍ରୟା ତ୍ୱରାନ୍ୱୀତ ହୋଇ ପାରୁନାହିଁ । ଆବାସ ଯୋଜନା ସମେତ ବିଭିନ୍ନ ଜନ ହିତକର ଯୋଜନାର ସମୟ ଭିତିକ ସଫଳ ରୂପାୟନ ପାଇଁ ପ୍ରଶାସନିକ ସ୍ତରରେ  ସ୍ଥିର କରାଯାଇଥିବା ସତ୍ୱେ ବ୍ଲକ୍ ରେ ଆବଶ୍ୟକୀୟ କର୍ମଚାରୀ ଅଭାବରୁ ବିଭିନ୍ନ ଯୋଜନାର ବିକାଶ ହୋଇପାରୁନାହିଁ । ବ୍ଲକ୍ ରେ ବର୍ତମାନ ଏବିଡ଼ିଓ , ପ୍ରଗତି ସହାୟକ,ପଂଚାୟତ ସମ୍ପ୍ରସାରଣ ଅଧିକାରୀ  , ୱେଲଫେୟାର ଏଳ୍ସଟେନସନ୍ ଅଫିସର , ସମବାୟ ସମ୍ପ୍ରସାରଣ ଅଧିକାରୀ, କନିଷ୍ଠ କିରାଣୀ, ୯ ଟି ପଂଚାୟତ ସମ୍ପ୍ରସାରଣ ଅଧିକାରୀ, ୩ ଟି ଜିଆରଏସ, ୩ ଟି ୪ର୍ଥ ଶ୍ରେଣୀ କର୍ମଚାରୀ  ପଦବୀ ଖାଲି ପଡ଼ିଛି । ଏହା ବ୍ୟତୀତ  ବ୍ଲକ୍ ସହକାରୀ ଯନ୍ତ୍ରୀ,  ୧ କନିଷ୍ଟ ଯନ୍ତ୍ରୀ ,  ଗରଦପୁର ପ୍ରାଣୀ ଚିକିତ୍ସାଧିକାରୀ ପଦବୀ ମଧ୍ୟ ଖାଲି ପଡ଼ିଛି । ଏପରିକି ଜଣେ କର୍ମଚାରୀ ଏକାଧିକ ବିଭାଗର ଦାୟିତ୍ୱ ନିର୍ବାହ କରୁଛନ୍ତି । ଗତ ୬ ମାସ ଧରି ସହକାରୀ ଯନ୍ତ୍ରୀ ପଦବୀ ଖାଲି ପଡ଼ିଥିବାବେଳେ ମାର୍ଶାଘାଇ ବ୍ଲକ୍ ର ସହକାରୀ ଯନ୍ତ୍ରୀ ଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏହା ସତ୍ୱେ ମାତ୍ର କିଛି ମାସ ତଳେ ଡ଼େପୁଟେସନ୍ ରେ ଆସି କାର୍ଯ୍ୟ ସମ୍ପାଦନ କରୁଥିବା ମୁଖ୍ୟ କିରାଣୀଙ୍କୁ ନିୟମିତ କରାନଯାଇ ଅନ୍ୟତ୍ର ବଦଳି କରାଯାଇଛି । କର୍ମଚାରୀ ସଙ୍କଟ କାରଣରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅଧାପନ୍ତରିଆ ହୋଇ ଚାଲିଛି । ଏପରିକି ଗୋଟିଏ ପଂଚାୟତରେ ୯୦ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍  ପାଂଠି ବିଭିନ୍ନ କାର୍ଯ୍ୟକ୍ରମରେ ଖର୍ଚ୍ଚ ନହୋଇ ପଡ଼ିରହିଛି । ମାତ୍ର ଗତ ଅପ୍ରେଲ ମାସରେ ଯୁବ ବିଡ଼ିଓ ରଂଜିତ କୁମାର ମଲିକ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ବିଡ଼ିଓ ଶ୍ରୀ ମଲିକ ସ୍ୱଳ୍ପ କର୍ମଚାରୀ ଓ ପଂଚାୟତର ଜନ ପ୍ରତିନିଧି ମାନଙ୍କୁ ସାଙ୍ଗରେ ନେଇ ଦକ୍ଷତାର ସହିତ କରୋନା ମହାମାରୀକୁ ମୁକାବିଲା କରୁଛନ୍ତି । ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମକୁ ତ୍ୱରାନ୍ୱୀତ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥିବାବେଳେ କର୍ମଚାରୀ ସଙ୍କଟ ପ୍ରଗତୀରେ ବାଧା ପହଂଚାଉଛି । ବ୍ଲକ୍ ରେ ଆବଶ୍ୟକିୟ କର୍ମଚାରୀ ଯୋଗାଇଦେବା ନିମନ୍ତେ ଅଂଚଳର ବୁଦ୍ଧିଜିବୀଙ୍କ ସମେତ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ସେଠୀ, ଉପାଧ୍ୟକ୍ଷ ସମିର ମହାପାତ୍ର, ପୂର୍ବତନ ଅଧ୍ୟକ୍ଷ ବାସୁଦେବ ବେହେରା ଓ ଦିଲିପ ସାହୁ , ପୂର୍ବତନ ଜିଲାପରିଷଦ ସଭ୍ୟ ସନ୍ତୋଷ ମାହାଳୀ, ପୂର୍ବତନ ସରପଂଚ ଶୈଳେନ୍ଦ୍ର ମହାନ୍ତି, ରବିନ୍ଦ୍ର ମହାପାତ୍ର, ରବିନ୍ଦ୍ରନାଥ ମହାନ୍ତି, ବନ ବିହାରୀ ପାତ୍ର, ପୂର୍ବତନ ସମିତି ସଭ୍ୟ ପ୍ରହଲାଦ ସାହୁ,  ଭଜହରୀ ସେନାପତି, ସସ୍ମିତା ରାଉତ, ବର୍ତମାନର ସମସ୍ତ ସରପଂଚ ଓ ସମିତି ସଭ୍ୟ ପ୍ରମୁଖ କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *