Monday , October 18 2021
Breaking News
Home / କ୍ରୀଡ଼ା / କେନ୍ଦ୍ରାପଡା ସାଇକେଲ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା ସାଇକେଲ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,୧୩/୧୨/୨୦୨୦(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସାଇକେଲ କ୍ଲବ ପକ୍ଷରୁ ଆସନ୍ତା ଡିସେମ୍ବର ୧୯ତାରିଖରେ ହେବାକୁଥିବା ରକ୍ତଦାନ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ତାନୀୟ ପୁରୁଣା ବସଷ୍ଟାଣ୍ଡସ୍ଥିତ କ୍ଲବ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ଯୋଗୁଁ ରକ୍ତ ଭଣ୍ଡାରରେ ଦେଖାଦେଇଥିବା ରକ୍ତର ଅଭାବ ସମସ୍ୟାକୁ ଦୂର କରିବା ନିମନ୍ତେ କେନ୍ଦ୍ରାପଡା ସାଇକେଲ କ୍ଲବ ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଛି । ସ୍ଥାନୀୟ ଗରାପୁରସ୍ଥିତ ସୈାଭାଗ୍ୟ ମଣ୍ଡପ ପରିସରରେ ହେବାକୁ ଥିବା ଏହି ଶିବିରରେ ସ୍ୱେଛାକୃତ ଭାବେ ରକ୍ତଦାନ କରିବା ପାଇଁ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନକୁ କ୍ଲବ ପକ୍ଷରୁ ନିବେଦନ କରାଯାଇଛି । ତେବେ ଏହି ଶିବିରରେ କୋଭିଡ ନିୟମ ପାଳନ ପ୍ରତି ଗୁରୁତ୍ୱ ଦେବାକୁ ବୈଠକରେ ନିଷ୍ପତିି ନିଆଯାଇଛି । ଅନ୍ୟପକ୍ଷରେ କଟକର ବାରବାଟୀ ସାଇକ୍ଲିଷ୍ଟ ଆଣ୍ଡ ଆଡଭେନଚର କ୍ଲବର ସଦସ୍ୟମାନେ ସାଇକେଲ ଚାଳନା କରି ଏଠାରେ ପହଁଚି ରକ୍ତଦାନ କରିବା ପାଇଁ ମଧ୍ୟ ସମ୍ମତି ପ୍ରକାଶ କରିଛନ୍ତି । ଏହି ଶିବିରରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସ୍କ ଓ ସାନିଟାଇଜର ବଂଟନ କରାଯିବା ପାଇଁ ମଧ୍ୟ ନିଷ୍ପତିି ଗ୍ରହଣ କରାଯାଇଛି । ଡା. ବୀରେନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା, ମାତୃଦତ ମହାନ୍ତି, ସୁଭାଶିଷ ଜେନା, ଗଙ୍ଗାଧର ଦଳେଇ, ପ୍ରଶାନ୍ତ ନାୟକଙ୍କ ସମେତ ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

୭ମ ପାରଦୀପ ମର୍ଣ୍ଣିଙ୍ଗ କ୍ଲବ୍ ଫୁଟବଲ୍ ଟୁର୍ଣ୍ଣାମେଂଟ ଆରମ୍ଭ

ପାରାଦୀପ,୦୯/୧୦/୨୦୨୧(ଓଡ଼ିଶା ସମାଚାର)-  ଶନିବାର ଦିନ ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମ୍ ପରିସରରେ ୭ମ ପାରଦୀପ ମର୍ଣ୍ଣିଙ୍ଗ କ୍ଲବ୍ ଫୁଟବଲ୍ ଟୁର୍ଣ୍ଣାମେଂଟ ଉଦଘାଟିତ …

Leave a Reply

Your email address will not be published. Required fields are marked *