Monday , October 3 2022
Breaking News
Home / ସ୍ୱାସ୍ଥ୍ୟ / ଆଉ ୩୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଆଉ ୩୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର, ୧୩/୧୨/୨୦୨୦ (ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ୩୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩, ୧୯,୦୬୯କୁ ବୃଦ୍ଧି ଘଟିଛି। ସୁନ୍ଦରଗଡରୁ ସର୍ବାଧିକ ୫୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୫୩, ଅନୁଗୁଳରୁ ୨୭, ବଲାଙ୍ଗୀରରୁ ୨୩, ମୟୂରଭଞ୍ଜରୁ ୨୩, କଟକରୁ ୧୮, ନୂଆପଡାରୁ ୧୮, ବାଲେଶ୍ଵରରୁ ୧୬, ଜଗତସିଂହପୁରରୁ ୧୫, କେନ୍ଦୁଝରରୁ ୧୫, ପୁରୀରୁ ୧୩, ଯାଜପୁରରୁ ୧୨, ବରଗଡରୁ ୧୧, କୋରାପୁଟରୁ ୧୦, ଭଦ୍ରକରୁ ୯, ଗଞ୍ଜାମରୁ ୯, ସମ୍ବଲପୁରରୁ ୮, କଳାହାଣ୍ଡିରୁ ୭, କେନ୍ଦ୍ରାପଡାରୁ ୭, ଢେଙ୍କାନାଳରୁ ୬, ଝାରସୁଗୁଡାରୁ ୪, ନୟାଗଡରୁ ୪, ବୌଦ୍ଧରୁ ୩, ଦେବଗଡରୁ ୨, ଗଜପତିରୁ ୨ ଜଣ ରାୟଗଡାରୁ ଜଣେ , କନ୍ଧମାଳରୁ, ଜଣେ ନବରଙ୍ଗପୁରରୁ ଜଣେ ଓ ସୋନପୁରରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.