Saturday , December 4 2021
Home / କୃଷି / ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ଟୋଲଫ୍ରି ଆନ୍ଦୋଳନ

ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ଟୋଲଫ୍ରି ଆନ୍ଦୋଳନ

ଭୁବନେଶ୍ୱର,୧୨/୧୨/୨୦୨୦ (ଓଡ଼ିଶା ସମାଚାର)- ବି୍ରଟିଶ ଶାସନ ବିରୁଦ୍ଧରେ ମହାତ୍ମା ଗାନ୍ଧୀ ମହାସଂଗ୍ରାମ କଲାବେଳେ ଆଇନ୍ ଅମାନ୍ୟ ଓ ଅସହଯୋଗ ପନ୍ଥା ଆପଣାଇଥିଲେ । ତାଙ୍କ ଆଇନ୍ ଅମାନ୍ୟ ଆନ୍ଦୋଳନ ଭିତରେ ଟିକସ ନଦେବା ଆହ୍ୱାନକୁ ଆନ୍ଦୋଳନରେ ଅସ୍ତ୍ର କରିଥିଲେ । ସ୍ୱାଧୀନତାର ଦୀର୍ଘବର୍ଷ ପରେ ଭାରତବର୍ଷରେ ଚାଲିଥିବା ସବୁଠୁ ବଡ଼ ଚାଷୀ ଆନ୍ଦୋଳନର ନେତାମାନେ ଏବେ ସେହି ଫର୍ମୁଲା ଅନୁଯାୟୀ ଡ଼ିସେମ୍ବର ୧୨ରେ ଟୋଲଫ୍ରି ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଛନ୍ତି । ସଂଯୁକ୍ତ କିଷାନ ମୋର୍ଚ୍ଚାର ଡ଼ାକରା ଅନୁଯାୟୀ ଆଜି ରାଜ୍ୟର ପ୍ରମୁଖ କୃଷକ ସଂଗଠନ ନବନିର୍ମାଣ କୃଷକ ସଂଗଠନ ତରଫରୁ ବିଭିନ୍ନ ମୁଖ୍ୟରାସ୍ତାରେ ଟୋଲଫ୍ରି ଆନ୍ଦୋଳନ କରାଯାଇଥିଲା । ପାରାଦ୍ୱୀପ କନ୍ଦରପୁର ଟୋଲ ଗେଟ୍, ଖୋର୍ଦ୍ଧାର ଗୋଡ଼ିପଡ଼ା, ପିପିଲି ଗେଟ, ମଙ୍ଗୁଳି, ପାଣିକୋଇଲି ଓ ଚଣ୍ଡିଖୋଲ ଗେଟ୍ ରେ ଶହ ଶହ କର୍ମୀ ଆଜି ଟୋଲଫ୍ରି ଆନ୍ଦୋଳନ ଚଳାଇଥିଲେ । ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ନେତୃତ୍ୱରେ ଖୋର୍ଦ୍ଧା ଗୋଡ଼ିପଡ଼ା, ରାଜ୍ୟ ସହ ସଂଯୋଜକ ନିମାଁଇ ରାୟଙ୍କ ନେତୃତ୍ୱରେ ପାଣିକୋଇଲି ଓ ରାଜ୍ୟ ସହ ସଂଯୋଜକ ରଶ୍ମୀ ରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱରେ କନ୍ଦରପୁର ପାରାଦ୍ୱୀପ, ଯାଜପୁର ଜିଲ୍ଲା ସଂଯୋଜକ ଦୁର୍ଗା ଦାସ ଓ ରାଜ୍ୟ ସଂଯୋଜକ ମନୱର ଅଲ୍ଲୀଙ୍କ ନେତୃତ୍ୱରେ ମଙ୍ଗୁଳି ଗେଟ୍ ଟୋଲଫ୍ରି କରାଯାଇଥିଲା । ଆନ୍ଦୋଳନକାରୀଙ୍କୁ ଆହ୍ୱାନ ଦେଇ ଶେଷଦେବ ନନ୍ଦ କହିଛନ୍ତି ଯେ, ଆନ୍ଦୋଳନ ଭାଙ୍ଗିବା ପାଇଁ ସରକାରଙ୍କ ତରଫରୁ ଚକ୍ରାନ୍ତ ଚାଲିଛି । ହେଲେ ଆନ୍ଦୋଳନକାରୀମାନେ ମଜଭୁତ ଅଛନ୍ତି ଓ ଶେଷ ପର୍ଯ୍ୟନ୍ତ ଏକାଠି ରହି ଆନ୍ଦୋଳନକୁ ସଫଳ କରିବେ । ଘଂଟା ଘଂଟା ଧରି ଟୋଲଫ୍ରି ଚାଲିବା ପରେ ପୋଲିସ୍ ତରଫରୁ କର୍ମକର୍ତାମାନଙ୍କୁ ଗିରଫ କରି ପରେ ଛାଡ଼ି ଦିଆଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁରେନ୍ଦ୍ର ନାଥ ମହାରଣା, କାଶିନାଥ ବାବୁ, ସଂଗ୍ରାମ କିଶୋର, ଶୁଭେନ୍ଦୁ ମଲ୍ଲିକ, ନିରଞ୍ଜନ ପ୍ରଧାନ, ଅଶୋକ ଶାନ୍ତି, ଗୋବିନ୍ଦ ମହାପାତ୍ର ପ୍ରମୁଖ ସାମିଲ୍ ଥିଲେ । ଏହି ଚାଷୀ ଆନ୍ଦୋଳନ କ୍ରମାଗତ ଭାବରେ ଚାଲିବ ଓ ଆସନ୍ତା ୧୪ ତାରିଖରେ ସମସ୍ତ ସଦର ମହକୁମାରେ ବହୁ ସଂଖ୍ୟାରେ କୃଷି କଳା ଆଇନ୍ ବିରୁଦ୍ଧରେ ଧାରଣା ଦିଆଯିବ ବୋଲି ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ବିଲରେ ପାଚିଲା ଧାନ,ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଚାଷୀ ଚିନ୍ତିତ

ଗରଦପୁର , ୨୮/୧୧/୨୦୨୧(ଓଡ଼ିଶା ସମାଚାର)- ବିଲରେ ପାଚିଲା ଧାନ । ଏବେ ଅମଳ ସମୟ ଉପନିତ । କିଛି ଚାଷୀ …

Leave a Reply

Your email address will not be published. Required fields are marked *