Friday , September 22 2023
Breaking News
Home / ବିଶେଷ / ମୟୂରଭଞ୍ଜର ଯୁବ ଚିତ୍ରକର ସମରେନ୍ଦ୍ର ବେହେରାଙ୍କୁ ଟ୍ୱିଟ୍ ଜରିଆରେ ସାଧୁବାଦଦେଲେ କେନ୍ଦ୍ରମନ୍ତ୍ରୀ

ମୟୂରଭଞ୍ଜର ଯୁବ ଚିତ୍ରକର ସମରେନ୍ଦ୍ର ବେହେରାଙ୍କୁ ଟ୍ୱିଟ୍ ଜରିଆରେ ସାଧୁବାଦଦେଲେ କେନ୍ଦ୍ରମନ୍ତ୍ରୀ

ବୃକ୍ଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଛବି ଆଙ୍କି ଜଙ୍ଗଲ ସଂରକ୍ଷଣ ପାଇଁ ସଚେତନତାର ବାର୍ତା ଦେବା ଖୁସିର ବିଷୟ-ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ ଭୁବନେଶ୍ୱର, ୧୨/୧୨/୨୦୨୦ (ଓଡ଼ିଶା ସମାଚାର)- ଶିମିଳିପାଳ ଜାତୀୟ ଉଦ୍ୟାନରଏକ ବୃକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଛବି ଆଙ୍କି ଅଭିନବ ଉପାୟରେ ବେଆଇନ ଗଛକଟା ସମସ୍ୟା ଉପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମୟୂରଭଞ୍ଜ ଜିଲ୍ଲାର ଯୁବ ଚିତ୍ରକର ସମରେନ୍ଦ୍ର ବେହେରାଙ୍କୁ ପ୍ରଂଶସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଭିନବ ଉପାୟରେ ବେଆଇନ ଗଛ କଟା ବିରୁଦ୍ଧରେ ସଚେତନତାର ବାର୍ତା ଦେବା ପାଇଁ ସମରେନ୍ଦ୍ରଙ୍କୁ ଟ୍ୱିଟ୍ ଜରିଆରେ ଶ୍ରୀ ପ୍ରଧାନ ସାଧୁବାଦ ଜଣାଇଛନ୍ତି । ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ “ଜନଜାତି ଅଧ୍ୟୁଷିତ ଜିଲ୍ଲା ମୟୂରଭଞ୍ଜର ଯୁବ ଚିତ୍ରକର ସମରେନ୍ଦ୍ର ବେହେରା ଅଭିନବ ଉପାୟରେ ବୃକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପ୍ରତିଛବି ଆଙ୍କି ଜଙ୍ଗଲ ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ପାଇଁ ସଚେତନତାର ବାର୍ତାଦେବା ଖୁସିର ବିଷୟ । ଏଥିପାଇଁ ସମରେନ୍ଦ୍ରଙ୍କୁ ସାଧୁବାଦ” । “ଜଣେ ଜନନାୟକଙ୍କ ବୃହତ ଦୃଷ୍ଟିକୋଣ ନାଗରିକ ମାନଙ୍କୁ ପ୍ରଭାବିତ କଲେ ଏପରି ଦେଖିବାକୁ ମିଳିଥାଏ । ପରିବେଶ ସୁରକ୍ଷା ଦିଗରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ତାଙ୍କୁ ବିଶ୍ୱରେ ବ୍ରାଣ୍ଡ୍ ଆମ୍ବାସଡ଼ର ଭାବେ ପରିଚିତ କରାଇଛି । ତୃଣମୂଳ ସ୍ତରରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଅଭିନବ ଉପାୟରେ ସଚେତନତା ତିଆରି କରାଯିବା ଆନନ୍ଦର ବିଷୟ” । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *