Wednesday , December 8 2021
Home / ବିଶେଷ / ଭୁବନ ଓକିଲ ସଂଘ ନିର୍ବାଚନ – ତୃତୀୟ ଥର ପାଇଁ ବାବୁଲି ସେଠୀ ସଭାପତି,ପ୍ରହଲ୍ଲାଦ ସାହୁ ସମ୍ପାଦକ

ଭୁବନ ଓକିଲ ସଂଘ ନିର୍ବାଚନ – ତୃତୀୟ ଥର ପାଇଁ ବାବୁଲି ସେଠୀ ସଭାପତି,ପ୍ରହଲ୍ଲାଦ ସାହୁ ସମ୍ପାଦକ

ଭୁବନ ୧୨/୧୨/୨୦୨୦(ଓଡ଼ିଶା ସମାଚାର/ସୁଶାନ୍ତ କୁମାର ପୋଥାଳ)- ଭୁବନ ଓକିଲ ସଂଘ ନିର୍ବାଚନ ଆଜି ବେଶ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଟିତ ହୋଇଯାଇଛି । ବରିଷ୍ଠ ଆଇନଜିବୀ ବାବୁଲି କୁମାର ସେଠୀ ସଭାପତି, ପ୍ରହଲ୍ଲାଦ ସାହୁ ସମ୍ପାଦକ ଭାବେ ଲଗାତର ତୃତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ଶଶଧର ମହାନ୍ତି ଉପସଭାପତି, ନିତ୍ୟାନନ୍ଦ ବେହେରା ଯୁଗ୍ମ ସମ୍ପାଦକ, ଜଗବନ୍ଧୁ ସାହୁ କୋଷାଧ୍ୟକ୍ଷ, ସଂଜୁଲତା ସାହୁ ଲାଇବ୍ରେରିଆନ ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି ।

ବାବୁଲି କୁମାର ସେଠୀ

ଚଳିତଥର କେବଳ ସଭାପତି ପଦବୀ ପାଇଁ ଓକିଲ ସଂଘର ପ୍ରତିଷ୍ଠାତା ସଭାପତି ସନାତନ ଗୁରୁ ଙ୍କ ସହିତ ପୂର୍ବତନ ସଭାପତି ବାବୁଲି କୁମାର ସେଠୀ ପ୍ରତିଦ୍ୱନ୍ଦିତା କରୁଥିଲେ । ଶ୍ରୀଯୁକ୍ତ ଗୁରୁ ମାତ୍ର ୩ ଖଣ୍ଡ ଭୋଟ ପାଇ ଥିବା ବେଳେ ଶ୍ରୀଯୁକ୍ତ ସେଠୀ ୨୪ ଖଣ୍ଡ ଭୋଟ ପାଇ ୨୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ସମୁଦାୟ ୩୪ ଜଣ ଯୋଗ୍ୟ ଭୋଟର ଙ୍କ ମଧ୍ୟରୁ ୨୮ ଜଣ ସଦସ୍ୟ ଉପସ୍ଥିତ ରହି ଭୋଟ ଦେଇଥିବା ବେଳେ ଗୋଟିଏ ଭୋଟ ନାକଚ ହୋଇଥିବା ସଂପର୍କରେ ନିର୍ବାଚନ ଅଧିକାରୀ ଭାସ୍କର ଚନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି । ଏକଜିକୁ୍ୟଟିଭ ବଡି ମେମ୍ବର ଭାବେ ରବୀନ୍ଦ୍ର କୁମାର ଦାଶ, ଅଜୟ କୁମାର ଥାଟୋଇ, ଶ୍ରୀଧର ରାଉତ ମନୋନୀତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ଭାସ୍କର ଚନ୍ଦ୍ର ସ୍ୱାଇଁ ଙ୍କ ପରିଚାଳନାରେ ସକାଳ ୮ ଘଟିକା ସମୟରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ଅପରାହ୍ନ ୫ ଘଟିକା ସମୟରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯାଇଥିଲା । ଶ୍ରୀ ସେଠୀ ହ୍ୟାଟ୍ରିକ ସଭାପତି ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *