Friday , September 22 2023
Breaking News
Home / ବିଶେଷ / ବଡବିଲ : ଆଇନଜୀବୀ ସଂଘର କାର୍ଯ୍ୟକାରିଣୀ ନିର୍ବାଚନ – – ତ୍ରିବେଣୀ ଗିରି ସଭାପତି , ଦେବପ୍ରିୟ ରଣା ସମ୍ପାଦକ ନିର୍ବାଚିତ

ବଡବିଲ : ଆଇନଜୀବୀ ସଂଘର କାର୍ଯ୍ୟକାରିଣୀ ନିର୍ବାଚନ – – ତ୍ରିବେଣୀ ଗିରି ସଭାପତି , ଦେବପ୍ରିୟ ରଣା ସମ୍ପାଦକ ନିର୍ବାଚିତ

କେନ୍ଦୁଝର ୧୨/୧୨/୨୦୨୦(ଓଡ଼ିଶା ସମାଚାର)- କେନ୍ଦୁଝର ଜିଲା ବଡବିଲ ବଡବିଲ ଆଇନଜୀବୀ ସଂଘର କାର୍ଯ୍ୟକାରିଣୀ ନିର୍ବାଚନ ପ୍ରକ୍ରିୟା ଶନିବାର ସନ୍ଧ୍ୟା ରେ ଶେଷ ହୋଇଛି । ନିର୍ବାଚନରେ ସଭାପତି ଭାବେ ତ୍ରିବେଣୀ ଗିରି ଏବଂ ସମ୍ପାଦକ ଭାବେ ଦେବପ୍ରିୟ ରଣା ନିର୍ବାଚିତ ହୋଇଥିବା ଜଣାପଡିଛି ।

   ତ୍ରିବେଣୀ ଗିରି

ରାଜ୍ୟ ବାର କାଉନସିଲ ନିର୍ଦ୍ଦେଶାନୁଯାୟୀ, ରାଜ୍ୟବ୍ୟାପୀ ଆଇନଜୀବୀ ସଂଘ ଗୁଡିକର ନିର୍ବାଚନ ଗତ ମାର୍ଚ୍ଚ ମାସ ଶେଷ ସୁଦ୍ଧା ହେବାକୁ ସ୍ଥିରୀକୃତ ହୋଇଥିଲାବେଳେ କୋଭିଡ-୧୯ କଟକଣା ଯୋଗୁଁ ନିର୍ବାଚନ କରା ନ ଯାଇ ଇଂଟେରିମ କମିଟି ଗଠନ କରାଯାଇ କାର୍ଯ୍ୟ ନିର୍ବାହ ହେଉଥିଲା । ପୁନଃ ହାଇକୋର୍ଟଙ୍କ ନିର୍ଦ୍ଦେଶପରେ ରାଜ୍ୟବ୍ୟାପୀ ଗତ ନଭେମ୍ବର ୧୭ ତାରିଖରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ୧୨ ତାରିଖ ଶନିବାର ଦିନ ମତଦାନ ହୋଇଥିଲା ।

ଦେବପ୍ରିୟ ରଣା

ସକାଳ ୮ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମତଦାନ ପାଇଁ ସମୟ ରହିଥିଲାବେଳେ ମୋଟ ୬୩ ଜଣ ଆଇନଜୀବୀ ମତଦାନ ଦେଇଥିଲେ । ତେବେ ନିଦ୍ଦ୍ୱନ୍ଦ ଭାବେ ସଭାପତି ଭାବେ ତ୍ରିବେଣୀ ଗିରି, ଉପସଭାପତି ଭାବେ ଧିରେନ୍ଦ୍ର କୁମାର ଦଳାଇ, ଯୁଗ୍ମ ସମ୍ପାଦକ ଭାବେ ପ୍ରଦୀପ କୁମାର ମହାନ୍ତି, କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋଜ କୁମାର ସିଂହ, ବସନ୍ତ କୁମାର ମହାପାତ୍ର, ଗାୟତ୍ରୀ କୁନାର ବାବୁ, ଶୁଭେନ୍ଦୁ କୁମାର ଗିରି, ରମେଶ ଚନ୍ଦ୍ର କାରୁଆ ନିର୍ବାଚିତ ହୋଇଥିବାବେଳେ କେବଳ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀ ନିମନ୍ତେ ମତଦାନ ହୋଇଥିଲା । ସମ୍ପାଦକ ପଦବୀ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ପ୍ରଦୀପ୍ତ କୁମାର ଧଳ ମୋଟ ୧୫ ଖଣ୍ଡ ଭୋଟ ହାତେଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ଦେବପ୍ରିୟ ରଣା ୪୭ ଖଣ୍ଡ ଭୋଟ ହାତେଇ ବିଜୟୀ ହୋଇ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି କୋଷାଧ୍ୟକ୍ଷ ପଦବୀ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ତରୁଣ କୁମାର ସେନ ମୋଟ ୨୮ ଖଣ୍ଡ ଭୋଟ ହାତେଇଥିବାବେଳେ ତାଙ୍କ ନିକଟତମ      ପ୍ରତିଦ୍ୱନ୍ଦୀ ମିହିର କୁମାର ନାମତୋଆର ମୋଟ ୩୫ ଖଣ୍ଡ ଭୋଟ ହାତେଇ ବିଜୟୀ ହୋଇ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *