Sunday , October 2 2022
Breaking News
Home / ବିଶେଷ / ଦେବେନ୍ଦ୍ର ପ୍ରସାଦ ଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସମାଜ ସେବାର ମୂର୍ତିମନ୍ତ ପ୍ରତୀକ

ଦେବେନ୍ଦ୍ର ପ୍ରସାଦ ଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସମାଜ ସେବାର ମୂର୍ତିମନ୍ତ ପ୍ରତୀକ

ସ୍ତମ୍ଭକାର ଜାନକୀସ ବଡ଼ପଣ୍ଡାଙ୍କୁ ପ୍ରଥମ ଦେବେନ୍ଦ୍ର ପ୍ରସାଦ ଦାସ ସ୍ମୃତି ସମ୍ମାନ
କଂଟାପଡ଼ା ୧୨/୧୨/୨୦୨୦(ଓଡ଼ିଶା ସମାଚାର)- ଓଡ଼ିଆଭାଷା, ସାହିତ୍ୟ, ସଂସ୍କୃତି ତଥା ପରମ୍ପରାପ୍ରାଣ ସମାଜ ସଂସ୍କାରକ ପ୍ରଜ୍ଞାଦୀପ୍ତ ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ଦେବେନ୍ଦ୍ର ପ୍ରସାଦ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସ୍ଥାନୀୟ ଓଡ଼ିଶା ନାଗରିକ ମହାମ କାର୍ଯ୍ୟାଳୟ, ଗଙ୍ଗନଗରଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂଜ୍ୟପୂଜା ସଂସ୍କୃତିପ୍ରାଣ, ଭାଷାବିତ୍ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସମ୍ମାନିତ ଅତିଥିଭାବେ ବିଶିଷ୍ଟ କବି ତଥା ପ୍ରାକ୍ତନ ପ୍ରଶାସକ ସହଦେବ ଜୟସିଂ, ସ୍ତମ୍ଭକାର, ସମୀକ୍ଷକ, ଭାଷାଯୋଦ୍ଧା ଜାନକୀସ ବଡ଼ପଣ୍ଡା ଉପସ୍ଥିତ ରହି ସ୍ୱର୍ଗତଃ ଦାସଙ୍କ ପଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କର ଜୀବନାଲେଖ୍ୟ, ସମାଜ, ସାହିତ୍ୟ, ସାମାଜିକ କାର୍ଯ୍ୟ ତଥା ଓଡ଼ିଆଭାଷା ଓ ସଂସ୍କୃତି ପ୍ରତି ତାଙ୍କର ଅତୁଳନୀୟ ଅବଦାନର ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଯୋଜନା ଓ ସଭାପତିତ୍ୱ କରି ବରିଷ୍ଠ ସାମ୍ବାଦିକ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୁ୍ୟମ୍ନ ଶତପଥୀ ମତବ୍ୟକ୍ତ କରିଥିଲେ ଯେ, ସ୍ୱର୍ଗତ ଦାସ ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟ, ସମାଜସେବା, ବହୁ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ତଥା ଓଡ଼ିଆଭାଷା ପାଇଁ ତାଙ୍କର ସମର୍ପିତ ଜୀବନ ବେଶ୍ ରୁଦ୍ଧିମନ୍ତ ଥିଲା । ଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର କରିବା ସହିତ ଦେଶପ୍ରେମରେ ବ୍ରତୀ ହୋଇ ସାମାଜିକ କାର୍ଯ୍ୟରେ ଜଡ଼ିତ ରହି ଆଜି ପର୍ଯ୍ୟନ୍ତ ନିଜେ ଅବିବାହିତ ଥିଲେ । ସେ ସମାଜରେ ଅବହେଳିତ, ନିଷ୍ପେସିତ ବ୍ୟକ୍ତିମାନଙ୍କ ଶିକ୍ଷା ପ୍ରତି ବିଶେଷ ଭାବରେ ଧ୍ୟାନ ଦେଉଥିଲେ । ଛାତ୍ର ଜୀବନରୁ ମାନବ ସେବା ହିଁ ମାଧବ ସେବାକୁ ପାଥେୟ କରି ଚାଲିଥିଲେ । ସେ ଏକଧାରାରେ ନୀତିନିଷ୍ଠ, ପ୍ରଜ୍ଞାଦୀପ୍ତ, ସ୍ୱାଭିମାନୀ ଓ ରାଷ୍ଟ୍ରପତି ସମର୍ପିତ ପ୍ରତିଭାର ଅଧିକାରୀ ଥିଲେ । ତାଙ୍କର ଶୂନ୍ୟସ୍ଥାନ ଅପୂରଣୀୟ ରହିବ ବୋଲି ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପ୍ରଥମ ଦେବେନ୍ଦ୍ର ପ୍ରସାଦ ଦାସ ସ୍ମୃତି ସମ୍ମାନରେ ସମ୍ମାନିତ ହୋଇଥିଲେ ସ୍ତମ୍ଭକାର, ସମୀକ୍ଷକ, ଓଡ଼ିଆ ଭାଷାପ୍ରାଣ ଜାନକୀସ ବଡ଼ପଣ୍ଡା । ଏହା ସହିତ ଭାଷା, ସଂସ୍କୃତି ପାଇଁ ବି. ମୁରଲୀଧର ଓ ରୋହିତ ନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ନାଗରିକ ମହାମଂଚ, ପୂଜ୍ୟପୂଜା ଅଭିଯାନ ଓ ପାଇକ ସଂଗଠନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଭିଯାନର ମୁଖପାତ୍ର ଅରବିନ୍ଦ ତି୍ରପାଠୀଙ୍କ ସହିତ ସଂଯୋଜକ ନାରାୟଣ ଚନ୍ଦ୍ର ଓଝା, ମହାମଂଚର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ବିଶ୍ୱାଳ, ଲକ୍ଷ୍ମୀଧର ବେହେରା, ବିଜୟ ପରିଡ଼ା, ଲକ୍ଷ୍ମଣ ଦାସ, ଋତୁରାଜ ପଟ୍ଟନାୟକ, ଡ଼ମ୍ବରୁଧର ହରଣସିଂ, ନାରାୟଣ ଖୁଂଟିଆ, ବିଜୟ ଖୁଂଟିଆ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ୍ର ତ୍ରିପାଠୀ ଜଣାଇଛନ୍ତି । ଧନ୍ୟବାଦ ଅର୍ପଣ କରିଥିଲେ ନାରାୟଣ ଓଗ୍ଦା । ଓଡ଼ିଶା ସମାଚାର

Leave a Reply

Your email address will not be published.