Tuesday , October 4 2022
Home / କୃଷି / ଗୋଡିପଡା ଟୋଲଗେଟ ସମ୍ମୁଖରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ

ଗୋଡିପଡା ଟୋଲଗେଟ ସମ୍ମୁଖରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ

ନିରାକାରପୁର, ୧୨/୧୨/୨୦୨୦(ଓଡ଼ିଶା ସମାଚାର)- କେନ୍ଦ୍ର ସରକାରଙ୍କ ନୂତନ କୃଷି  ଆଇନୀ ଅନୁଯାୟୀ କୃଷକ ଓ ଖାଉଟି ବିରୋଧ କଳା ଆଇନୀ ଓ ବିଦୁ୍ୟତ ସଂଶୋଧନ ବିଲ ଅନୁଯାଇ ୨୦୨୦ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ସଂପୃକ୍ତ କୃଷକ ମୋର୍ଚ୍ଚା ଡାକରାକୁ ସମର୍ଥନ କରି ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ୱୟ ସମିତି ଓଡିଶା ପକ୍ଷରୁ ସାରା ରାଜ୍ୟରେ ଥିବା ଟୋଲ ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ।ଏହାକୁ ସମଥ୍ରନ ଜଣାଇ ଶନିବାର ଦିନ ଖୋର୍ଦ୍ଧା ଜିଲ୍ଲା ଗୋଡିପଡା ଠାରେ ଥିବା ଟୋଲ ଗେଟ ସାମ୍ନାରେ ମଧ୍ୟାହ୍ନ ସାଢେ ୧୨ଟା ଠାରୁ ସାଢେ ୨ଟା ପର୍ଯ୍ୟନ୍ତ ଖୋର୍ଦ୍ଧା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଶାନ୍ତି ପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୃଷକ ମୋର୍ଚ୍ଚାର ଜିଲ୍ଲା ସଂଯୋଜକ ଶୁରେଶ ଚନ୍ଦ୍ର ମାନସିଂହ ଙ୍କ ନେତୃତ୍ୱରେ ଅନୁଠିତ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.