Monday , January 24 2022
Breaking News
Home / ବିଶେଷ / କୁଜଙ୍ଗ ବାର ଆସୋସିଏସନ ନିର୍ବାଚନ : ଗତିକୃଷ୍ଣ ଶତପଥି ସଭାପତି, ସଂଜୟ କୁମାର ବେହେରା ସଂପାଦକ ଭାବେ ନିର୍ବାଚିତ

କୁଜଙ୍ଗ ବାର ଆସୋସିଏସନ ନିର୍ବାଚନ : ଗତିକୃଷ୍ଣ ଶତପଥି ସଭାପତି, ସଂଜୟ କୁମାର ବେହେରା ସଂପାଦକ ଭାବେ ନିର୍ବାଚିତ

ପାରାଦୀପ ୧୨/୧୨/୨୦୨୦(ଓଡ଼ିଶା ସମାଚାର)-ଶନିବାର ଦିନ ଅନୁଷ୍ଠିତ କୁଜଙ୍ଗ ବାର ଆସୋସିଏସନ ର ସଭାପତି ଭାବେ ଆଡଭୋକେଟ ଗତିକୃଷ୍ଣ ଶତପଥି ନିର୍ବାଚିତ ହୋଇଛନ୍ତି । ଏହି ହାଇ ପ୍ରୋଫାଇଲ ନିର୍ବାଚନରେ ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ଭାବେ ନୃସିଂହ ଚରଣ ପ୍ରଧାନ, ସଂପାଦକ ସଂଜୟ କୁମାର ବେହେରା, ସହ-ସଂପାଦକ ମମତା ଅଧିକାରୀ, କୋଷାଧ୍ୟକ୍ଷ ଭାବେ ପବିତ୍ର ମୋହନ ନାୟକ ଙ୍କ ସମେତ ୮ଜଣ କାର୍ଯ୍ୟକାରୀ ସଦସ୍ୟ ନିର୍ବାଚିତ ହୋଇଛନ୍ତି । ବିଜୟ ଲାଭ ପରେ ଗତିକୃଷ୍ଣ ସମସ୍ତ ଆଇନଜିବୀ ମାନଙ୍କୁ ଧନ୍ୟବାଦ ଦେଇ କୁଜଙ୍ଗ କୋର୍ଟ ଏବଂ ସଦସ୍ୟ ମାନଙ୍କର ସର୍ବାଙ୍ଗିନ ଉନ୍ନତି ନିମନ୍ତେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ସୂଚନା ଥାଉକି, କୁଜଙ୍ଗ ବାର ଆସୋସିଏସନ ର ସମୁଦାୟ ଭୋଟର ସଂଖ୍ୟା ୧୮୫ ହୋଇଥିବା ବେଳେ ସେଥି ମଧ୍ୟରୁ ୧୬୮ଜଣ ମତଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ଵାଧୀନ ପ୍ରାର୍ଥି  ନାରାୟଣ ଭୋଇଙ୍କ ନାମାଙ୍କନ

କଟକ,୨୩/୧/୨୦୨୨ (ଓଡ଼ିଶା ସମାଚାର)- ଆସନ୍ତା ତ୍ରସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥି  ମାନଙ୍କର ନାମାଙ୍କନ ପତ୍ର ଦାଖଲ ହେଉଥିବା ବେଳେ …

Leave a Reply

Your email address will not be published. Required fields are marked *