ମାହାଙ୍ଗା,୧୨/୧୨/୨୦୨୦(ଓଡିଶା ସମାଚାର/ଅଭୟ ଜେନା): ଗ୍ରାମାଞ୍ଚଳର ଗରୀବ ଏବଂ ଅସହାୟ ପରିବାର ମୁହଁରେ ହସ ଫୁଟେଇବା ପାଇଁ ସ୍ବେଛାସେବୀ ଅନୁଷ୍ଠାନ ଉପକାର ଫାଉଣ୍ଡେସନର ମହତ ପ୍ରୟାସକୁ ସାଧାରଣରେ ବେଶ ପ୍ରଶଂସା ମିଳିଛି । ମାହାଙ୍ଗା ବ୍ଲକ ବାସୁଦେବପୁର ପଞ୍ଚାୟତରେ ଗଢି ଉଠିଥିବା ଏହି ସାମାଜିକ ଅନୁଷ୍ଠାନ କରୋନା ସମୟରେ ସଚେତନତା ସୃଷ୍ଟିକରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିବା ବେଳେ, ଏବେ ଗ୍ରାମାଞ୍ଚଳର ଗରୀବ ପରିବାର ପାଖରେ ପହଂଚି ସୁକନ୍ୟା ଯୋଜନାରେ ଦଶ ବର୍ଷରୁ କମ ବୟସର ଝିଅ ମାନଙ୍କୁ ଚିହ୍ନଟ କରି ଡାକଘରେ ସେମାନଙ୍କ ନାମରେ ପାସ ବୁକ ଖୋଲା ଯିବାର ପ୍ରୟାସ ଜାରିରଖିଛି ଏହି ଅନୁଷ୍ଠାନ । ଏପରିକି ପ୍ରଥମ ମାସର ପୈଠ ଜମାରାଶି ବାବଦକୁ ଅର୍ଥ ଭରଣା କରିଛି ଉପକାର ଅନୁଷ୍ଠାନ । ଯାହାକୁ ଦେଖିଲାପରେ ଗ୍ରାମାଞ୍ଚଳରେ କନ୍ୟା ସନ୍ତାନ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏହାଏକ ବଡ଼ ପ୍ରୟାସ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି ।
ଆଜି ମୋହନପୁର ଗାଁର ରୁପାଲୀ ମଲ୍ଲିକଙ୍କ ଝିଅ ଅର୍ଚନା ମଲ୍ଲିକ, ସେହି ଗାଁର ଲକ୍ଷ୍ମୀପ୍ରିୟା ମହାନ୍ତିଙ୍କ ଝିଅ କାବ୍ୟନ୍ତି ମହାନ୍ତି, ଅଲିନଗର ଗାଁର ଶୁଭ ସଂଗୀତା ସାହୁଙ୍କ ଝିଅ ତନୁସ୍ମିତା ସାହୁ, ବରଅଠା ଗାଁର ମାନିନୀ ଦାସଙ୍କ ନାମରେ ସୁକନ୍ୟା ସମୃଦ୍ଧି ଯୋଜନାରେ ବିଦ୍ୟାଧରପୁର ଶାଖା ଡାକଘରେ ସଂଚୟ ଖାତା ଖୋଲି ସେଥିରେ ଟଙ୍କା ଜମା କରାଯାଇଛି ବୋଲି ଅନୁଷ୍ଠାନର ସଭାପତି ଦୁଷ୍ମନ୍ତ କୁମାର ରାଉତ, ସମ୍ପାଦକ ଶାରଦା ପ୍ରସାଦ ଦାସ ସୂଚନା ଦେଇଥିଲେ । ପ୍ରତ୍ୟେକ ଗରୀବ ପରିବାରରେ ଥିବା କନ୍ୟାରତ୍ନ ମାନଙ୍କ ହାତରେ ସୁକନ୍ୟା ଯୋଜନାର ପାସବୁକ ପ୍ରଦାନ ପାଇଁ ଉପକାର ଆରଂଭ କରିଥିବା ପ୍ରୟାସକୁ ସ୍ୱାଗତ କରାଯାଇଛି । ଏହି ଅଭିଯାନରେ ଜୟନ୍ତ ସିଂହ, ସୁଶୀଲ ସାହୁ, ସୁରେଶ ସାହୁ, ଜ୍ୟୋତି ଭୂଷଣ ନାୟକ, ପ୍ରତାପ ରାଉତରାୟ, ସୁଧୀର ସିଂହ, ପ୍ରଭାତ ସଲିଳ ମହାନ୍ତି, ସତ୍ୟ ନାରାୟଣ କାନୁନଗୋ, ମହେନ୍ଦ୍ର ରାଉତ, ସୁଶୀଲ ସାମଲ, ବୀରେନ୍ଦ୍ର ସେଠୀ, ପରେଶ ପଣ୍ଡା, ସୁନୀଲ ମହାପାତ୍ର, ଅଭୟ ଗୋଛାୟତ, ପ୍ରଣତି ନାୟକ, ଭବାନୀଶଙ୍କର ମହାନ୍ତି, ଶରତ ଜେନା, ସଇନ ସାମଲ, ରଶ୍ମିରଂଜନ ରାଉତ, ଶଶାଙ୍କ ଶେଖର ଭଞ୍ଜ, ବିବେକାନନ୍ଦ ମହାପାତ୍ର, କାର୍ତ୍ତିକ ବେହେରା, ଗଣେଶ ସାହୁ, ମଦନ ମୋହନ ସାହୁ ଏବଂ ସୁବାଶିଷ ମହାପାତ୍ର ପ୍ରମୁଖ ସାମିଲ ହୋଇ ଗାଁକୁ ଗାଁ’ ବୁଲି ସଚେତନତା ସୃଷ୍ଟି କରିବା ସହିତ କନ୍ୟା ସନ୍ତାନ ମାନଙ୍କ ପ୍ରତି ନିଜର କର୍ତ୍ତବ୍ୟ ଓ ଦାୟୀତ୍ୱ ସମ୍ପର୍କରେ ବୁଝାଉଥିବା ଦେଖିବାକୁ ମିଳିଛି । ଓଡ଼ିଶା ସମାଚାର