Tuesday , October 3 2023
Breaking News
Home / ବିଶେଷ / ସିକୋ: ବସ ଧକ୍କାରେ ବାଇକ ଆରୋହୀ ଗୁରୁତର

ସିକୋ: ବସ ଧକ୍କାରେ ବାଇକ ଆରୋହୀ ଗୁରୁତର

ନିରାକାରପୁର, ୧୧/୧୨/୨୦୨୦(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ସିକୋ ଫାଣ୍ଡି ତଣ୍ଡମୁଣ୍ଡ ଛକରେ ଆଜି ଅପରାହ୍ନ ୪ଟା ରେ ଗୋଟିଏ ବସ ଧକ୍କାରେ ଜରେ ବାଇକ ଆରୋହୀ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ କି ଟାଙ୍ଗୀ ଥାନା ଭୁଷଣ୍ଡପୁର ଫାଣ୍ଡି ଗୋବର୍ଦ୍ଧନପୁର ଗ୍ରାମର ବ୍ରହ୍ମଚାରୀ ପରିଡ଼ା ଏକ ବାଇକ ଯୋଗେ ରଣପୁର ଅଭିମୁଖେ ଯାଉଥିଲେ  । ହଠାତ ସିକୋ ତଣ୍ଡପୁଣ୍ଡ ଛକରେ ବିପରୀତ ଦିଗରୁ ଆଲଫା ନାମକ ଏକ ବସ ଆସି ସମ୍ମୁଖରୁ ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହୀ ଜଣକ ଘଟଣାସ୍ଥଳରେ ଗୁରୁତର ହୋଇ ପଡ଼ିଥିଲେ । ସ୍ଥାନୀୟ ଫାଣ୍ଡି ପୋଲିସ ଆସି ତାଙ୍କୁ ଉଦ୍ଧାର କରି ପ୍ରଥମେ ଖୋର୍ଦ୍ଧା ମେଡ଼ିକାଲ ଚିକିତ୍ସା ପାଇଁ ପଠାଇଥିଲେ ।  ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ କୈାଣସି ହସପିଟାଲରେ ଭର୍ତି କରାଯାଇଥିବା କଥା ସିକୋ ଫାଣ୍ଡି ପୋଲିସ ସୂତ୍ରରୁ ଜଣାପଡ଼ିଛି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୈାଣସି ଅଭିଯୋଗ ହୋଇନାହିଁ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *