କରୋନା ମୋତେ ନୂଆ ପରିଚୟ ଦେଇଛି – ଜୟଗୁରୁ ପାତ୍ର
ଭୁବନ,୧୧/୧୨/୨୦୨୦(ଓଡ଼ିଶା ସମାଚାର/ସୁଶାନ୍ତ କୁମାର ପୋଥାଳ)- ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ସ୍ଥିତ ନିଗମାନନ୍ଦ ଆଶ୍ରମରେ ଯୁବ ଉଦ୍ୟୋଗୀ ଜୟଗୁରୁ ପାତ୍ର ଙ୍କ ଦ୍ୱାରା ସାଲାଇନ ପାଇପରେ ନିର୍ମିତ ବୃନ୍ଦା ଜଳସେଚନ ଓ ଔଷଧୀୟ ଉଦ୍ୟାନକୁ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ଅଧିକାରୀ ଓ କର୍ମଚାରୀ ମାନେ ପରିଦର୍ଶନ କରିଛନ୍ତି । କରୋନା ଜନିତ ଲକଡାଉନ ଓ ସଟଡାଉନ ରେ ଇଲୋକଟ୍ରୋନିକ୍ସ ଦୋକାନ ସଂପୂର୍ଣ୍ଣ ବନ୍ଦ ରହିବାରୁ ନିଗମାନନ୍ଦ ଆଶ୍ରମର ସତ୍ୱାଧିକାରୀ ଜୟଗୁରୁ ପାତ୍ର ନିଜସ୍ୱ ଉଦ୍ୟମରେ ନାଗେଶ୍ୱରୀ, ରୁଦ୍ରାକ୍ଷ, ହରିଡା, ଅଁଳା, ହେଙ୍ଗୁ, ନାଗଚମ୍ପା, ସ୍ଥଳପଦ୍ମ, ସୁଗନ୍ଧରାଜ, ନାଲିଚନ୍ଦନ, ଜୁଇ, ଛେନାଫୁଲ, ଲବଙ୍ଗ, ଜାଇଫଳ, ଶେଉ ଇତ୍ୟାଦି ୬୦ ପ୍ରଜାତିର ଔଷଧୀୟ ବୃକ୍ଷ ରୋପଣ କରିଥିଲେ । ଜଳସେଚନ ପାଇଁ ଓୟାରିଙ୍ଗ ପାଇପ ଓ ଡାକ୍ତରଖାନାରେ ବ୍ୟବହୃତ ସାଲାଇନ ପାଇପ କୁ ବ୍ୟବହାର କରି ସମସ୍ତ ବୃକ୍ଷକୁ ଜଳସେଚନ ବ୍ୟବସ୍ଥା କରିଥିଲେ । ସମସ୍ତ ବୃକ୍ଷ ଏବେ ଜୀବିତ ରହିଥିବା ଦେଖି ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ସିନିୟର ସାଇଣି୍ଟଷ୍ଟ ବିମଳେନ୍ଦୁ ମହାନ୍ତି, ସାଇଣି୍ଟଷ୍ଟ ଓ ଫରେଷ୍ଟି ମନୋରଂଜନ ମହାନ୍ତି, ଉଦ୍ୟାନ ବିଭାଗର ଦିବ୍ୟସୁନ୍ଦର କର ପ୍ରମୁଖ ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିବା ସହ ଯୁବ ଉଦ୍ୟୋଗୀ ଶ୍ରୀ ପାତ୍ର ଙ୍କୁ ସାଲାଇନ ପାଇପରେ ବୃନ୍ଦା ଜଳସେଚନ ଓ ଓøଷଧୀୟ ଉଦ୍ୟାନ ନିର୍ମାଣ ପାଇଁ ଉଚ୍ଚ ପ୍ରଶଂସା କରିଥିଲେ । କରୋନା ଲକଡାଉନ ମୋତେ ଆତ୍ମନିର୍ଭରଶୀଳ ହେବାକୁ ନୂଆବାଟ ଦେଖାଇଲା ଓ ନୂଆ ପରିଚୟ ଦେଲା ବୋଲି ଶ୍ରୀ ପାତ୍ର ପ୍ରକାଶ କରିଥିଲେ । ଓଡ଼ିଶା ସମାଚାର