Saturday , October 16 2021
Breaking News
Home / ବିଶେଷ / ସଡକ ଦୃର୍ଘଟଣାରେ ୩ଗୁରୁତର

ସଡକ ଦୃର୍ଘଟଣାରେ ୩ଗୁରୁତର

ପାରାଦୀପ,୧୧/୧୨/୨୦୨୦(ଓଡ଼ିଶା ସମାଚାର)-ଆଜି ସକାଳେ ସଡକ ଦୃର୍ଘଟଣାରେ ୩ଗୁରୁତର ହୋଇଛନ୍ତି । ଖବରରୁ ପ୍ରକାଶ ଯେ ବାଇକ୍ ଯୋଗେ ୩ଜଣ ମାଛ ବେପାରୀ ନେହେରୁ ବଙ୍ଗଳାରୁ ଫେରୁଥିବା ସମୟରେ ଭାରସମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଗୁରୁତର ଆହତ ହୋଇ ରାସ୍ତାରେ ପଡି ରହିଥିଲେ । ସେହି ବାଟ ଦେଇ ଆସୁଥିବା ବୋଟ ମାଲିକ ମାନେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ବିଜୁ ମେମୋରିଆଲ ହସ୍ପିଟାଲକୁ ନେଇଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍‌ସା କରି କଟକ ସ୍ଥାନାନ୍ତରିତ କରାଯାଇଛି । ସେମାନେ ହେଲେ ଅସ୍ତରଙ୍ଗ ବ୍ଲକର ପାଟସୁନ୍ଦର ପୁର ଗ୍ରାମର ପ୍ରବିର ବେହେରା, ଅଠତିରା ଗ୍ରାମର ଜୀବନ ନାୟକ ଏବଂ ବାଲେଶ୍ୱରର ଦୀପକ । ଓଡ଼ିଶା ସମାଚାର

About admin

Check Also

ତରଡିପାଳରେ ଭଲିବଲ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇର ଧୋୟାଳକୁ ଏକଦା ଭଲିବଲ ଖେଳର ଏନ୍ତୁଡିଶାଳ କୁହାଯାଉଥିଲା । ବିଶେଷକରି ତରଡିପାଳ, …

Leave a Reply

Your email address will not be published. Required fields are marked *