ସାଲେପୁର ୧୧/୧୨/୨୦୨୦(ଓଡ଼ିଶା ସମାଚାର/ଅଭୟ ଜେନା)- କଟକ ଜିଲ୍ଲା ସାଲେପୁର ରାମେଶ୍ଵର ଆନନ୍ଦ ଆତ୍ମା ଧ୍ୟାନ ମନ୍ଦିର ର ମଠାଧୀଶ ରାମ ଦାସ ଜୀଉଙ୍କ ଜନ୍ମ ଦିବସ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି।କୋଭିଡ୍ କଟକଣା ପାଇଁ ଭକ୍ତମାନଙ୍କୁ ବାରଣ କରାଯାଇଥିଲା। ଅଳ୍ପ ଭକ୍ତ ଙ୍କ ଦ୍ଵାରା ଜନ୍ମ ଦିବସ ପାଳିତ ହେଉଥିବା ବେଳେ ପ୍ରାତ ସମୟରୁ ଗୋମାତା ଙ୍କ ପୂଜା ଅର୍ଚ୍ଚନା ସହିତ ସନ୍ଧ୍ୟା ସମୟରେ ଓଁକାର ଭଜନ ସଂଧ୍ୟା ପକ୍ଷରୁ ଭଜନ ପରିବେଷଣ କାର୍ୟ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ମଠାଧୀଶ ରାମ ଦାସ ଜୀଉ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଯେ ଭକ୍ତଙ୍କ ଠାରୁ ଯାହା ଦକ୍ଷଣା ମିଳିବ ସେହି ଅର୍ଥ କୁ ଅନାଥ ଆଶ୍ରମ,ଜରାଶ୍ରମ ଓ ଗୋ ମାତାଙ୍କ ସେବା କାର୍ୟ୍ୟରେ ଦାନ କରାଯିବ।ଓଡ଼ିଶା ସମାଚାର