Monday , December 6 2021
Breaking News
Home / ଶିକ୍ଷା / ରାଜ୍ୟର ସରକାରୀ ବି.ଏଡ. କଲେଜମାନଙ୍କରେ ଯଥାଶିଘ୍ର ନାମଲେଖା ଦାବିରେ ବିକ୍ଷୋଭ

ରାଜ୍ୟର ସରକାରୀ ବି.ଏଡ. କଲେଜମାନଙ୍କରେ ଯଥାଶିଘ୍ର ନାମଲେଖା ଦାବିରେ ବିକ୍ଷୋଭ

ଭୁବନେଶ୍ୱର୧୧/୧୨/୨୦୨୦(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ଚରମ ଅବହେଳା ଯେଗୁଁ ରାଜ୍ୟର ପ୍ରାୟ ସମସ୍ତ ୧୪ଟି ସରକାରୀ ଶିକ୍ଷକ ଟ୍ରେନିଂ କଲେଜରୁ କେନ୍ଦ୍ର ଶିକ୍ଷକ ଶିକ୍ଷା କାଉନସିଲ ଚଳିତ ବର୍ଷ ପ୍ରାରମ୍ଭରୁ ସହବନ୍ଧନ ପ୍ରତ୍ୟାହାର କରିନେବାରୁ ଉକ୍ତ କଲେଜ ଗୁଡିକରେ ଚଳିତ ବର୍ଷ ପାଇଁ ନାମଲେଖା ସମ୍ପୁର୍ଣ୍ଣ ବନ୍ଦ ହୋଇ ଯାଇଛି । ଏହି ସବୁ କଲେଜଗୁଡିକରେ ଏନସିଟିଇ ପକ୍ଷରୁ ଶିକ୍ଷକ ଓ ଅନ୍ୟାନ୍ୟ ଭିତିଭୂମି ନଥିବାର କାରଣ ଦେଖାଇ ଏହି ଚରମ ପଦକ୍ଷେପ ନିଆଯାଇଛି । ତେଣୁ ଯଥାଶିଘ୍ର ଶିକ୍ଷକ ନିଯୁକ୍ତିକରୀ ଏଗୁଡିକରେ ନାମଲେଖା ଆରମ୍ଭ ଦାବିରେ ସାରା ଭାରତ ଶିକ୍ଷା ବଂଚାଅ କମିଟି, ଓଡିଶା ପକ୍ଷରୁ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଧେଷାଳୟ ଓ ଷ୍ଟେଟ କାଉନସିଲ ଅଫ ଏଜୁକେସନାଲ ରିସର୍ଚ ଆଣ୍ଡ ଟ୍ରେନିଂ କାର୍ଯାଳୟ ସମ୍ମୁଖରେ ବିକ୍ଷେଭ ପ୍ରଦର୍ଶନ କରାଯାଇଛି ।

        ପ୍ରକାଶ ଥାଉକି ବନ୍ଦ ହୋଇଯାଇ ଥିବା ଏହି କଲେଜଗୁଡିକର ସର୍ବମୋଟ୍ ସିଟ୍ ସଂଖ୍ୟା ହେଉଛି ବି.ଏଡ୍. ୧୬୫୦, ଏମ.ଏଡ୍. ୨୫୦ ଓ ଏମ୍.ଫିଲ୍. ୩୬ । ରାଜ୍ୟରେ ଆଜି ଯେତେବେଳେ ହଜାର ହଜାର ଶିକ୍ଷକ ପଦବୀ ଖାଲି ପଡିଛି, ରାଜ୍ୟର ଉଚ୍ଚ ଶିକ୍ଷିତ ଯୁବକ ଯୁବତୀମାନେ ରାଜ୍ୟରେ ସିଟ୍ ନପାଇ ଶହ ଶହ ସଂଖ୍ୟାରେ ବି.ଏଡ୍. କରିବା ପାଇଁ ଦେଶର ବିଭିନ୍ନ ସ୍ଥାନକୁ ଯାଉଛନ୍ତି ସେତେ ବେଳେ ଏପରି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବେଲି ଅଭିଯୋଗ କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନାମଲେଖା ବନ୍ଦ ହେଇଯାଇଥିବା ରାଜ୍ୟର ସମସ୍ତ ୧୪ଟି କଲେଜରେ ସର୍ବମୋଟ ୨୨୩ ଟି ରେଗୁଲାର ଅଧ୍ୟାପକ ପଦବୀ ଥିବା ବେଳେ ୨୦୧୧ ମସିହାରୁ କ୍ରମାଗତ ଭାବେ ଅବସର ପ୍ରାପ୍ତି ମାଧ୍ୟମରେ ପଦବୀଗୁଡିକ ଖାଲି ହୋଇ ହୋଇ ଏବେ ମାତ୍ର ୩୫ ଜଣ ଅଧ୍ୟାପକ ଅଛନ୍ତି । ନୂତନ ନିଯୁକ୍ତି ପାଇଁ ଏକ ନୂତନ କ୍ୟାଡର ରୁଲର ନକ୍ସା ପ୍ରସ୍ତୁତ ହୋଇଥିଲେ ମଧ୍ୟ ତାର ପ୍ରକ୍ରୀୟାକରଣ ସମ୍ପୁର୍ଣ୍ଣ ନକରାଯାଇ ବୁ୍ୟରୋକ୍ରାସିର  ଅନ୍ଧଗଳିରେ ପଡିରହିଛି । ଯାହା ଫଳରେ କଲେଜ ଓ ଆଡଭାନ୍ସ ଷ୍ଟଡିଜଗୁଡିକ ଅଧ୍ୟାପକ ବିହୀନ ହୋଇପଡିବା ଫଳରେ ଏଗୁଡିକରେ ପାଠପଢା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡଛି । କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ଏନସିଇଟି ପକ୍ଷରୁ ସହବନ୍ଧନ ରିଭୁ୍ୟ ମିଟିଂ ମାନଙ୍କରେ ନିଜେ ଷ୍ଟେଟ କାଉନସିଲ ଅଫ ଏଜୁକେସନାଲ ରିସର୍ଚ ଆଣ୍ଡ ଟ୍ରେନିଂ ନିର୍ଦ୍ଧେଶକ ଅଂଶ ଗ୍ରହଣ ନକରି କଲେଜ ଅଧ୍ୟକ୍ଷମାନଙ୍କୁ ପ୍ରେରଣ କଲେ । କଲେଜ ଅଧ୍ୟକ୍ଷମାନେ ଏହି ମିଟିଂରେ ଯୋଗ ଦେଲେ ମଧ୍ୟ ଯେହେତୁ ସେମାନଙ୍କର ଅଧ୍ୟାପକ ନିଯୁକ୍ତି କ୍ଷମତା ନଥିଲା ସେମାନଙ୍କ କୈ÷ାଣସି ପ୍ରତିଶୃତ ଏନସିଇଟି ର ଗ୍ରହଣୀୟ  ହେଲାନାହିଁ ।  ଯାହା ଫଳରେ ସମସ୍ତ କଲେଜଗୁଡିକର ସହାବନ୍ଧନ ପ୍ରତ୍ୟାହାର ହୋଇଗଲା ଓ ଚଳିତ ଶିକ୍ଷା ବର୍ଷରେ କୈାଣସି କଲେଜରେ ନାମଲେଖା ହୋଇ ପାରିଲା ନାହିଁ ।

        ଅଜି ସରକାର ସାଧାରଣ କଲେଜମାନଙ୍କରେ ଯେଉଁ ସେଲ୍ଫ ଫାଇନାନସିଆଲ୍ ବି.ଏଡ୍ କୋର୍ସର ବ୍ୟବସାୟ ଆରମ୍ଭ କରିଛନ୍ତ ଓ ବି.ଏଡ୍. କଲେଜଗୁଡିକୁ ସାଧାରଣ କଲେଜମାନଙ୍କରେ ଯୁକ୍ତକରିବାର ଯେଉଁ ଅପରିଣାମଦର୍ଶୀ ପଦକ୍ଷେପ ନେଉଛନ୍ତି ତାହା “ଔଷଧ ନଖାଇ ତାଟିଆ କାମୁଡିବା” ସଦୃଶ । ବିକ୍ଷୋଭକାରୀମାନେ ଯଥାଶିଘ୍ର ଅଧ୍ୟାପକ ନିଯୁକ୍ତିକରି ଏହି ସମସ୍ତ କଲେଜମାନଙ୍କରେ ନାମଲେଖା ଆରମ୍ଭକରିବା, ଶିକ୍ଷା ବିଭାଗର ନିୟମ ଅନୁଯାୟୀ ଯଥାଶିଘ୍ର ଅଧ୍ୟାପନା କ୍ଷେତ୍ରରେ ଥିବା ଯୋଗ୍ୟ ଶିକ୍ଷାବିତ ଙ୍କୁ ଏହାର ପରିଚାଳନାର ଭାର ଦେଇ ଷ୍ଟେଟ କାଉନସିଲ ଅଫ ଏଜୁକେସନାଲ ରିସର୍ଚ ଆଣ୍ଡ ଟ୍ରେନିଂ   କୁ ପୂର୍ନଜୀବିତ କରାଇବା ଓ ଏହି ସବୁ ଅଚଳାବସ୍ଥା ପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର ଦଣ୍ଡବିଧାନ ପାଇଁ ଦାବୀ କରିଛନ୍ତି । ସାରା ଭାରତ ଶିକ୍ଷା ବଂଚାଅ କମିଟି ଓଡିଶା ସାଖା ପକ୍ଷରୁ ଶ୍ରୀ ବିଶ୍ୱାବସୁ ଦାସ, ରାଜେନ୍ଦ୍ର ବର୍ମ୍ମା, ସୁବାଷ ନାୟକ, କ୍ଷିରେଦ କର, ନିୟତୀ ଜାନା  ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ । ବିକ୍ଷୋଭକରୀମାନଙ୍କ ପକ୍ଷରୁ ଉପରୋକ୍ତ ଦାବିରେ ଷ୍ଟେଟ କାଉନସିଲ ଅଫ ଏଜୁକେସନାଲ ରିସର୍ଚ ଆଣ୍ଡ ଟ୍ରେନିଂ   ର ନିର୍ଦ୍ଧେଶକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।  ଓଡ଼ିଶା ସମାଚାର

About admin

Check Also

ବାଜିରାଉତ କଲେଜରେ ବିଶାଳ ରକ୍ତଦାନ ଶିବିର –  ୧୦୦ ୟୁନିଟ ରକ୍ତ ସଂଗୃହୀତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ  ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ‘ମୋ କଲେଜ ଅଭିଯାନ’ ଆନୁକୂଲ୍ୟରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *