ଭୁବନେଶ୍ୱର, ୧୧/୧୨/୨୦୨୦ (ଓଡ଼ିଶା ସମାଚାର)- ନୂଆବର୍ଷ ଉପଲକ୍ଷେ ଦର୍ଶକ-ଶ୍ରୋତାଙ୍କୁ ସୁନ୍ଦର ମୁ୍ୟଜିକ୍ ଭିଡିଓ ‘ଫେରିଆ’ ଭେଟି ଦେବାକୁ ଯାଉଛି ଶୁଭମ୍ ମୁ୍ୟଜିକ୍ । ସ୍ଥାନୀୟ ହୋଟେଲ ଆର୍ଯ୍ୟ ପ୍ୟାଲେସ୍ ରେ ଏହି ମୁ୍ୟଜିକ୍ ଭିଡିଓ ର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମୁ୍ୟଜିକ୍ ଭିଡିଓରେ ରହିଛି ଲୋକପି୍ରୟ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତୀଙ୍କ ଶ୍ରୁତିମଧୁର କଣ୍ଠସ୍ୱର । ଅନ୍ତରାଙ୍କ ସହିତ କଣ୍ଠଦାନ କରିଛନ୍ତି ନୂଆପିଢ଼ିର ଯୁବ କଣ୍ଠଶିଳ୍ପୀ ପ୍ରଶାନ୍ତ ମହାନ୍ତି । ଗୀତ ଲେଖିବା ସହିତ ସଙ୍ଗୀତରେ ସଜେଇଛନ୍ତି ସଙ୍ଗୀତ ନିର୍ଦ୍ଧେଶକ କାଶ୍ୟପ । ବମ୍ବେର ବିଖ୍ୟାତ କ୍ୟାମେରାମ୍ୟାନ ବିଶ୍ୱନାଥ ପଟ୍ଟନାୟକ ଏହି ଭିଡିଓର ନିର୍ଦ୍ଧେଶନା ଦେଇଛନ୍ତି । ଭିଡିଓରେ ଅଭିନୟ କରିଛନ୍ତି ସମ୍ଭବ ମାନସିଂହ ଓ କୁକି । ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ଉପସ୍ଥିତ ଥିଲେ ବମ୍ବେର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ, ବଲିଉଡ୍ ର ଖ୍ୟାତନାମା ସାଉଣ୍ଡ ଇିଞ୍ଜିନିୟର ସୁବାସ ସାହୁ, ବମ୍ବେ ଓଡ଼ିଆ ମହାସଂଘର ସାଧାରଣ ସମ୍ପାଦକ ଡ. ସୁରେନ୍ଦ୍ର ମହାପାତ୍ର, ଅଭିନେତା ସମ୍ଭବ ମାନସିଂହ, ଶୁଭମ୍ ମୁ୍ୟଜିକ୍ ର ପ୍ରଯୋଜକ ପ୍ରଦୀପ ସାହୁ, ଚଳଚ୍ଚିତ୍ର ପ୍ରଯୋଜକ ଇଂ ଆଶୁତୋଷ ମହାପାତ୍ର, ନିର୍ଦ୍ଧେଶକ ବିଶ୍ୱନାଥ ପଟ୍ଟନାୟକ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତୀ, ସୁଶାନ୍ତ ମହନ୍ତି , କି୍ରଏଟିଭ୍ ହେଡ୍ ପ୍ରଣୟ ଜେଠୀ ଓ ରାମେଶ୍ୱରୀ ରାଓ । ଓଡ଼ିଶା ସମାଚାର