Sunday , October 1 2023
Home / ବିଶେଷ / ମହାନଦୀର ଦକ୍ଷିଣ ପାଶ୍ୱର୍ ନଦୀବନ୍ଧ ରାସ୍ତା ଅବସ୍ଥା ଶୋଚନୀୟ

ମହାନଦୀର ଦକ୍ଷିଣ ପାଶ୍ୱର୍ ନଦୀବନ୍ଧ ରାସ୍ତା ଅବସ୍ଥା ଶୋଚନୀୟ

ତାରପୁର, ୧୧/୧୨/୨୦୨୦(ଓଡ଼ିଶା ସମାଚାର)- ମହାନଦୀର ଦକ୍ଷିଣ ପାଶ୍ୱର୍ ନଦୀବନ୍ଧ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ତାରପୁର ଠାରେ ଥିବା ମହାନଦୀ ସେତୁ ର ପଶ୍ଚିମ ପଟେ ମହାନଦୀର ଦକ୍ଷିଣ ପାଶ୍ୱର୍ ନଦୀବନ୍ଧ ରାସ୍ତା ମହାନଦୀ ସେତୁ ଠାରୁ ମା ନାରାୟଣୀ ମନ୍ଦିର ପାଶ୍ୱଦେଇ ଯାଇଛି । ଏହି ରାସ୍ତା ଅବସ୍ଥା ବର୍ତମାନ ଶୋଚନୀୟ ହୋଇ ପଡ଼ିଛି । ରାସ୍ତାର ଦୁଇ କଡ଼ ଖାଲ ହୋଇଯାଇଥିବାବେଳେ ମଝିଟା ଉଚା ରହିଛି । ଯେଉଁ ଦୁଇ ପାଶ୍ୱର୍ ଦବି ଖାଲ ହୋଇଯାଇଛି ତାହା ଆହୁରୀ ଅଧିକ ଖାଲ ହୋଇଥାନ୍ତା । କରୋନା ଲକ ଡ଼ାଉନ ଯୋଗୁ ଗାଡ଼ି ମୋଟର ଏହି ରାସ୍ତାରେ ଦୀର୍ଘ ୮ ମାସ ହେଲା ବନ୍ଦ ରହିଥିଲେ ମଧ୍ୟ ରାସ୍ତା ଅବସ୍ଥା ଏଭଳି ଖାଲ ଖମା ହୋଇଛି । ଲକ ନାଉନ ଯୋଗୁ ଗାଡ଼ି ମୋଟର ବନ୍ଦ ନହୋଇଥିଲେ ଏହାର ଅବସ୍ଥା ଆହୁରୀ ଅଧିକ ଖରାପ ହୋଇଥାନ୍ତା । ଏହି ନଦୀବନ୍ଧ ରାସ୍ତା କୁ ବିଭାଗୀୟ ଯନ୍ତ୍ରୀ ପରିଦର୍ଶନ କରି ଏହାକୁ ଗମନା ଗମନ ଉପଯୋଗୀ କରିବା ପାଇଁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *