Thursday , September 28 2023
Home / ବିଶେଷ / ବର୍ଦ୍ଧିତ ବିଦ୍ୟୁତ ବିଲ୍ ପ୍ରତ୍ୟାହାର ଦାବି

ବର୍ଦ୍ଧିତ ବିଦ୍ୟୁତ ବିଲ୍ ପ୍ରତ୍ୟାହାର ଦାବି

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ବିଡିଓ ଙ୍କୁ ଆପ୍ ର ଦାବିପତ୍ର ପ୍ରଦାନ
ଭୁବନ ୧୧/୧୨/୨୦୨୦(ଓଡ଼ିଶା ସମାଚାର)-ବର୍ଦ୍ଧିତ ବିଦ୍ୟୁତ ବିଲ୍ ପ୍ରତ୍ୟାହାର ଦାବିରେ ଆପ୍ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ସୈନିକ ମହେଶ୍ୱର ମହାନ୍ତି ଙ୍କ ନେତୃତ୍ୱରେ ଭୁବନ ବସଷ୍ଟାଣ୍ଡ ଠାରେ ଜନସାଧାରଣଙ୍କୁ ବର୍ଦ୍ଧିତ ବିଦ୍ୟୁତ ବିଲ୍ ସଂପର୍କରେ ଅବଗତ କରାଇବା ସହ ଟାଟା ପାୱାର କମ୍ପାନୀ ଓଡିଶାରୁ ବିଦ୍ୟୁତ କିଣି ଦିଲ୍ଲୀରେ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣାରେ ଦେଉଥିବା ବେଳେ ଓଡିଶାରେ କାହିଁକି କ୍ଷତି ହେଉଛି ଆଉ ଏହି କ୍ଷତିପୂରଣ ଉପଭୋକ୍ତା ମାନେ କାହିଁକି ଦେବେ ବୋଲି ଜିଲ୍ଲା ଆବାହକ ପଙ୍କଜ ନାୟକ ଜନସାଧାରଣଙ୍କୁ ଅବଗତ କରାଇବା ସହ ଲିଫଲେଟ ବଣ୍ଟନ କରିଥିଲେ । ପରେ ଜିଲ୍ଲା ସମ୍ପାଦକ ଆଇନଜୀବୀ ପ୍ରକାଶ ଚନ୍ଦ୍ର ରାଉତ,ଜିଲ୍ଲା କୋଷାଧ୍ୟକ୍ଷ ଚକ୍ରଧର ତରାଇ ,ଜିଲ୍ଲା ଯୁବ ସଭାପତି ପର୍ଶୁରାମ ମହାଭୋଇ,ଛାତ୍ରନେତା ବିଶ୍ୱଜିତ ବରାଳ,ଅଭିରାମ ସେଠୀ,ଦୟାନିଧର ବେହେରା,ରଞ୍ଜନ ସାହୁ,ଦୁର୍ଯ୍ୟୋଧନ ସାହୁ,ମଧୁସ୍ମିତା ନାୟକ ପ୍ରମୁଖ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରି ଏକ ଶୋଭାଯାତ୍ରାରେ ବସଷ୍ଟାଣ୍ଡରୁ ବ୍ଲକ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ବିଡିଓ ଆଶୀର୍ବାଦ ପରିଡା ଙ୍କୁ ଦାବିପତ୍ର ପ୍ରେରଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *